MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧର୍ମଗଡ ବନାଞ୍ଚଳ ରେଞ୍ଜ ଅଧିକାରୀଙ୍କୁ ବଦଳି ପାଇଁ ଆରସିସିଏଫ ଙ୍କ ଦ୍ୱାରସ୍ଥ ହେଲେ ବନ ସୁରକ୍ଷା ମହାସଂଘ।

ମୋ ଟିଭି ଓଡିଶା / କଳାହାଣ୍ଡି : ୧୨/୦୭


କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ବନାଞ୍ଚଳ ରେଞ୍ଜ ଅଧିକାରୀ ନିଯୁକ୍ତ ଥିବା ଭବାନୀ ଶଙ୍କର କାଉର ଜଙ୍ଗଲ ସୁରକ୍ଷା ନାଁ ରେ ଜଙ୍ଗଲ ସମ୍ପଦକୁ ଜଙ୍ଗଲ ମାଫିଆଙ୍କ ହାତରେ ଟେକି ଦେଉଥିବା ଓ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରି ଗୁରୁବାର ସାହାଜଖୋଲା ବନ ସୁରକ୍ଷା ମହାସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଭଗ ର ଆର ସିସି ଏଫ ଅଧିକାରୀଙ୍କ ନିକଟରେ ଦ୍ୱାରସ୍ଥ ହୋଇ ରେଞ୍ଜ ଅଧିକାରୀଙ୍କୁ ତୁରନ୍ତ ଧର୍ମଗଡ ବନାଞ୍ଚଳରୁ ବଦଳି କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମତେ ଧର୍ମଗଡ ରେଞ୍ଜ ଅଧିକାରୀ ଭାବେ ଶ୍ରୀ କାଉର ଯୋଗଦେବା ପରଠୁ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ କୌଣସି ଆଖିଦୃଶିଆ ବନି କରଣ କିମ୍ବା ଉନ୍ନୟନ କାର୍ଯ୍ୟ ହୋଇନାହିଁ। ବନ ସୁରକ୍ଷା ମହାସଂଘ ସଂରକ୍ଷିତ ଜଙ୍ଗଲ ର ସୁରକ୍ଷା ପାଇଁ ବାରମ୍ବାର ରେଞ୍ଜ ଅଧିକାରୀ ଙ୍କୁ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଜଙ୍ଗଲ ସୁରକ୍ଷା ବଦଳରେ ଜଙ୍ଗଲ ରେ କାଠ ମାଫିଆ ଓ ମକା ମାଫିଆଙ୍କୁ ପ୍ରଶ୍ରୟ ଦେଇ ମଧୁ ଚନ୍ଦ୍ରିକାରେ ଲିପ୍ତ ରହୁଥିବା ଅଭିଯୋଗ କରିଛନ୍ତି।

ଏହା ବ୍ୟତୀତ ବେହେରା ଫରେଷ୍ଟ ସେକ୍ସନ ରେ ରେଞ୍ଜ ଅଧିକାରୀ ଵ୍ୟକ୍ତିଗତ ସ୍ୱାର୍ଥକୁ ନେଇ ୪ ଜଣ ଫରେଷ୍ଟର ଅଦଳ ବଦଳ କରିବାରେ ତାଙ୍କ ହାତ ରହିଥିବା ଅଭିଯୋଗ ଆଣିଛନ୍ତି। ଏଣୁ ଏହିଭଳି ଦୁର୍ନୀତି ରେ ଲିପ୍ତ ଥିବା ରେଞ୍ଜ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାହାଜଖୋଲ ବନ ସୁରକ୍ଷା ମହାସଂଘ ର ସଭାପତି ଭୁଜବଳ ସୋରି, ସମ୍ପାଦକ ଭଜମନ ନାଏକ, କୋଷାଧ୍ୟକ୍ଷ ନିରଞ୍ଜନ ବାଗ, ଭିଏସଏସ କମିଟିର ସଭାପତି କନକପୁର, ହିମାଞ୍ଚଳ ପୁଝାରି, ସଭାପତି ଚୋରନି ଦୁଆର ତ୍ରିନାଥ ପୋଟା, ଦାବିରୀଗୁଡା ସଭାପତି, ପରୀକ୍ଷିତ ବେଶ୍ରା, କରଙ୍ଗାପଡା ସଭାପତି ବେଣୁଧର ଦାସ, ଦ୍ରୋଣ ପୂଝାରୀ, ଗୋତମୁଣ୍ଡା ଓ କରାଡଙ୍ଗରି ସଭାପତି ସୁଭାଷ ଖରସେଲ ପ୍ରମୁଖ ଆରସିସିଏଫ କାର୍ଯ୍ୟାଳୟ ଭବାନୀପାଟଣା ରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ରିପୋର୍ଟ—ସନତ କୁମାର ପ୍ରଧାନୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।