ମୋଟିଭି ଓଡିଶା : କେନ୍ଦୁଝର ୦୫/୦୫ : କେନ୍ଦୁଝରରେ ଚାକିରୀ ଦେବା ନାଁ ରେ ବେକାର ଯୁବକ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ । ଠକେଇ ଅଭିଯୋଗରେ ଗତକାଲି ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଲା କେନ୍ଦୁଝର ପୋଲିସ ।
ଗିରଫ ବ୍ୟକ୍ତିମାନେ ହେଲେ ଟୁଲୁ ମଲ୍ଲିକ , ଜୀବନାନନ୍ଦ ସାମଲ , ଯଶୋବନ୍ତ ସିଂ ସାମଲ । ଗିରଫ ଟୁଲୁ ମଲ୍ଲିକଙ୍କ ଘର ପୁରୀ ଜିଲ୍ଲାର ମରାଳ ଗ୍ରାମରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ଆନନ୍ଦପୁର ଆଞ୍ଚଳରେ ବୋଲି ସୂଚନା ଦେଇଛି କେନ୍ଦୁଝର ପୋଲିସ । ବିଭିନ୍ନ ଅଞ୍ଚଳର ବେକାର ଯୁବକ ଓ ଯୁବତୀ ମାନଙ୍କୁ ବିଭିନ୍ନ ସଂସ୍ଥାରେ ଚାକିରୀ କରାଇ ଦେବା ନାଁ ରେ ୧୭ ଲକ୍ଷରୁ ଉର୍ଦ୍ଦ ଟଙ୍କା ଠକି ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।
ପୋଲିସ ତଦନ୍ତ ବେଳେ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀରେ ଜାଲ ନିଯୁକ୍ତି ପତ୍ର ଜବତ୍ ହେବା ସହିତ ଅନେକ ଜାଲି ଦସ୍ତାବିଜ ଏବଂ ଏକ ଲାପଟୋପ , ଦୁଇଟି ମୋବାଇଲ , ଗୋଟିଏ ମୋଟର ସାଇକେଲ , ନଗଦ ୨୫ହଜାର ଟଙ୍କା ଆଦି ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ସେମାନଙ୍କ ମୋବାଇଲ ନମ୍ବର ସୁଇଚ ଅଫ୍ ଥିବାରୁ ବ୍ୟବହାର କରିଥିବା ମୋଟର ସାଇକେଲ ନମ୍ବରକୁ ଟ୍ରାକ କରି ସେମାଙ୍କୁ ଧରିବାରେ ସଫଳ ହୋଇଥିବା କହିଛି ପୋଲିସ ।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।