ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:୧୮/୧୨(ସୁଶାନ୍ତ କୁମାର ସାହୁ):
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବ୍ରାହ୍ମଣୀଗାଁ ସ୍ଥିତ ସିପିଏସଡବ୍ଲୁ ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବ୍ଲକ ସଭାପତି ତରଣୀ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ସାମ୍ବାଦିକ ଙ୍କ ଅସୁବିଧା ସମୟରେ ସମସ୍ତେ ସମସ୍ତ ଙ୍କ ପ୍ରତି ସାହାଯ୍ୟ ମୋନୋଭାବ ରଖି ସାହାଯ୍ୟ କରିବା ପାଇଁ କୁହା ଯାଇଥିଲା । ଏଥି ସହିତ ଲୋକଙ୍କର ରହିଥିବା ବ୍ୟକ୍ତିଗତ ସମସ୍ୟା ହେଉ କିମ୍ବା ସାମୁହିକ ସମସ୍ୟା ପ୍ରତି ଅଧିକ ଗୁରୁତ୍ବ ଦେଇ ଲୋକ ଲୋଚନକୁ ଆଣି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଦୃଢ ସଂକଳ୍ପ ନିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଲଷ୍ମୀକାନ୍ତ ରାଜଗୁରୁ ସଂଯୋଜନା କରିଥିଲା ବେଳେ ସଂପାଦକ ଅଶ୍ୱିନ ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ ପ୍ରେମ ଚାନ୍ଦ ସିଂ,ସୁଶାନ୍ତ କୁମାର ସାହୁ, ରାଜୀବ ମୁଠାମାଝୀ, ବରୁଣ କୁମାର ସିଂ ଓ ସତ୍ୟାର୍ଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ସତ୍ୟାର୍ଥ ସିଂ ନେତୃତ୍ୱରେ ପଞ୍ଚାନନ ପଣ୍ଡା ,ପିଣ୍ଟୁ ପଣ୍ଡା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତା ହୋଇଥିଲା ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।