ମୋ ଟିଭି ଓଡିଶା / ପୁରୀ :
ଶେଷ ହୋଇଛି ନୀତି ସବକମିଟି ଓ ଛତିଶାନିଯୋଗର ଯୁଗ୍ମ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଛି । ଯାହା ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଚୂଡାନ୍ତ ନୀତିନିର୍ଘଣ୍ଟକୁ ମୋହର ମରାଯିବ ।
ସେପଟେ ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ଅନୁଯାୟୀ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜ୍ଞାମାଳ ବିଜେ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଛତିଶାନିଯୋଗ ବୈଠକର ନିଷ୍ପତ୍ତି ଅନୁଯାୟୀ ପଟିଦିଁଅଙ୍କ ନିକଟରୁ ଆଜ୍ଞାମାଳ ଯିବା ପରେ ରଥଖଳାରୁ ସିଂହଦ୍ଵାର ନିକଟକୁ ରଥଟଣା ହେବ । ତେବେ ଚଳିତବର୍ଷ କ୍ଷୟ ଯୋଗୁଁ ଗୋଟିଏ ଦିନରେ ରଥଯାତ୍ରା,ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ ସମସ୍ତ ନୀତିକାନ୍ତି କରାଯାଇ ଅପରାହ୍ନ ୫ଟାରେ ଅର୍ଥାତ ବିଳମ୍ବରେ ରଥଟଣା ହେବ ।
ତେବେ ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ ଅନୁଯାୟୀ ରାତ୍ର ୨ଟାରେ ମଙ୍ଗଳ ଆଳତୀ
ଦଶବତାର ଠାକୁର ବାହୁଡା ବିଜେ ୨. ୪୦ ରେ, ୩ ଟା ରେ ଅଣସର ତାଟି ଫିଟିବ
୪ ଟାରେ ନେତ୍ରୋତ୍ସବ ବନ୍ଦାପନା,
୩. ୪୫ ଟାରେ ଦଇତାପତି ସର୍ବାଙ୍ଗ,
୫. ୨୫ ରେ ଦ୍ୱାରପାଳ ପୂଜା
ସକାଳ ୬ ଟା ରୁ ୭ ଟା ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ
୭. ୩୦ ରୁ ୧୨ ଟା ମଧ୍ୟରେ ସେନାପଟା ଲାଗି
ଦିନ ୧୧ ଟାରେ ରଥ ପ୍ରତିଷ୍ଠା
ଦିନ ୧ ଟାରେ ମଙ୍ଗଳାର୍ପଣ
ଦିନ ୧. ୧୦ ରେ ଧାଡି ପହଣ୍ଡି ଆରମ୍ଭ
ଦିନ ୨. ୩୦ ରେ ପହଣ୍ଡି ଶେଷ
ଅପରାହ୍ନ ୪ ଟାରେ ଛେରାପହଁରା
ଅପରାହ୍ନ ୪. ୩୦ ରେ ଚାରଫିଟା
ଘୋଡା ସାରଥୀ ଲାଗିବା ଓ ଅପରାହ୍ନ ୫ ଟାରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।
ତେବେ ଚଳିତବର୍ଷ ୧୫ ତାରିଖ ଦିନ ବାହୁଡାଯାତ୍ରା ହୋଇଥିବାବେଳେ ୧୭ ତାରିଖ ଦିନ ସୁନାବେଶ ଅନୁଷ୍ଠିତ ହେବ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।