ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ତାତି ବଢ଼ିବ। ଆସନ୍ତା ୩-୪ଦିନ ମଧ୍ୟରେ ତାପାତ୍ରା ୫ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବାତ୍ୟା ରେମଲ୍ ପ୍ରଭାବରେ ଗତ ୨-୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ମେଘୁଆ ପାଗ ଲାଗି ରହିଥିଲା। ଏବେ ବାତ୍ୟାର ପ୍ରଭାବ ହ୍ରାସ ହେବା ଯୋଗୁଁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛି।
ସେପଟେ ଗତକାଲି ରାଜ୍ୟର ୮ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ୱା ଏହାଠାରୁ ଅଧିକ ରେକର୍ଡ ହୋଇଥିବା ବେଳେ ୪୨.୨ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ବର୍ତ୍ତମାନ ଉପକୂଳବର୍ତ୍ତୀ ଅଧିକାଂଶ ସ୍ଥାନରେ ତାପମାତ୍ରା ବିଶେଷ ରହୁ ନଥିଲେ ମଧ୍ୟ ଆର୍ଦ୍ରତା ଅଧିକ ରହୁଥିବା ହେତୁ ଅଧିକ ଗୁଳୁଗୁଳି ହେଉଛି। ବାତ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।
ମଙ୍ଗଳବାର ଝାରସୁଗୁଡ଼ା, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଆଦିରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।
ଅନ୍ୟପଟେ ମେ ୩୧ ବା ଜୁନ ୧ ତାରିଖରେ କେରଳ ଛୁଇଁବ ମୌସୁମୀ ବାୟୁ। କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି। କେରଳରେ ପହଞ୍ଚିବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
More Stories
ଜାଡ଼ରେ ଥରୁଛି ଓଡ଼ିଶା
୧୨୩ ବର୍ଷର ରେକର୍ଡ ଭାଙ୍ଗିଲା ତାତି ।
ଶୀତର ତାଣ୍ଡବ