ଡ୍ୟୁଟି ରୁମରେ ରୋଗୀ ସେବା ନାମରେ ରୋଗୀଙ୍କ ଠାରୁ ଶୋଷଣ କରୁଛନ୍ତି ସରକାରୀ ଡାକ୍ତର ଯାହାର ଭିଡିଓ ଭାଇରାଲ।
ମୋ ଟିଭି ଓଡିଶା / ସୋର : ୧୯/୦୭/୨୦୨୪
ଡ୍ୟୁଟିରେ ଥାଇ ଡ୍ୟୁଟି ରୁମରେ ଡ଼ାକ୍ତର ନେଉଛନ୍ତି ଟଙ୍କା ।
ରୋଗୀ ପିଛା ୧୦୦ ଟଙ୍କା , ଟଙ୍କା ନଦେଲେ ଜରୁରୀକାଳୀନ ଔଷଧ ଲେଖୁ ନାହାନ୍ତି ଡ଼ାକ୍ତର। ଏଭଳି ଘଟଣା ଦେଖିବାକୁ ମିଳିଛି l ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ଡାକ୍ତର ଜରୁରୀକାଳୀନ ଡ୍ୟୁଟି ରୁମରେ ଟଙ୍କା କାରବାର, ଟଙ୍କା ନଦେଲେ ଔଷଧ ଲେଖୁନାହାନ୍ତି କାର୍ଯ୍ୟରତ ଡ଼ାକ୍ତର । ଡ୍ୟୁଟି ସମୟରେ ରୋଗୀଙ୍କ ନିକଟରୁ ଟଙ୍କା ଆଦାୟ କରିବା ଘଟଣାରେ ଭିଡ଼ିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ । ଗୋପାଳପୁର ମେଡ଼ିକାଲ ଉପରେ ବାହାନଗା ବ୍ଲକ ସମେତ ରେମୁଣା ବ୍ଲକର ହଜାର ହଜାର ଲୋକେ ନିର୍ଭର କରିଥାନ୍ତି । ସରକାର ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଯାହା ଫଳରେ ଗରିବ ରୋଗୀ ସରକାରୀ ଡାକ୍ତରଖାନାରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ପାଇବା ସହ ଆରୋଗ୍ୟ ହୋଇପାରିବ । ହେଲେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣା ସ୍ୱାସ୍ଥ୍ୟ ସେବାର ଧଜିଆ ଉଡୁଥିବା ବେଳେ ରୋଗୀ ସେବା ନାମରେ ରୋଗୀଙ୍କ ଠାରୁ ଆର୍ଥିକ ଶୋଷଣ କରୁଛନ୍ତି ଡ୍ୟୁଟିରେ ଥିବା ସରକାରୀ ଡାକ୍ତର ଅମର କୁମାର ଝା । ଡ୍ୟୁଟି ରୁମରେ ବେସରକାରୀ କ୍ଲିନିକ ଭଳି ପ୍ରେସକିପସନ ଫି ଆଦାୟ କରୁଛନ୍ତି ଡାକ୍ତର । ଖବର ଅନୁସାରେ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଭିନ୍ନ ଅଞ୍ଚଳରୁ ପ୍ରତ୍ୟକ ଦିନ ପ୍ରାୟତଃ ୩୦୦ ରୁ ଉର୍ଦ୍ଧ ରୋଗୀ ଆସିଥାନ୍ତି । ସରକାରୀ ନିୟମ ଅନୁସାରେ ରୋଗୀଙ୍କୁ ନିଶୁଳ୍କ ରୋଗୀ ସେବା ପାଇଁ ନିୟମ ରହିଛି । ବହିଃ ବିଭାଗ ଡ୍ୟୁଟି ପରେ ଜରୁରୀକାଳୀନ ଡ୍ୟୁଟିରେ ଥିବା ଡ଼ାକ୍ତରମାନଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀରେ ଡ଼ାକ୍ତରମାନେ ବିଭିନ୍ନ ମେଡ଼ିସିନ ଷ୍ଟୋରର ପେଡ଼ରେ ଔଷଧ ଲେଖିବା ସହ ବେସରକାରୀ କ୍ଲିନିକ ପରି ରୋଗୀଙ୍କ ନିକଟରୁ ୧୦୦ ଟଙ୍କା ଲେଖାଏଁ ଫିସ ଦାବି କରୁଛନ୍ତି । ମେଡ଼ିକାଲରେ କାର୍ଯ୍ୟରତ ଡାକ୍ତର ଆମର କୁମାର ଝା ଜରୁରୀକାଳୀନ ଡ୍ୟୁଟିରେ ଥାଇ ଡ୍ୟୁଟି ରୁମରେ ରୋଗୀଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ଫି ନେଉଥିଲେ । ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏନେଇ ଡ଼ାକ୍ତର ଅମର କୁମାର ଝା ଙ୍କୁ ଜରୁରୀକାଳୀନ ଡ୍ୟୁଟିରେ ଥାଇ କୌଣସି ଟଙ୍କା ନେବାର ନିୟମ ଅଛିକି ବୋଲି ପଚାରିବାରୁ ସେ କୁହନ୍ତି ନିୟମ ସେମିତି କିଛି ନାହିଁ । ସେ ସକାଳ ଠାରୁ ୪୦୦ ପେସେଣ୍ଟ ମାଗଣା ଦେଖିଲୁ । ସରକାର କଣ ସବୁ ନିୟମ ପାଳନ କରିପାରୁଛନ୍ତି କି , ଆମେ ସବୁ ପାଳନ କରିବୁ ପାଲଟା ପ୍ରଶ୍ନ କରିବା ସହ ବିତଣ୍ଡା ଯୁକ୍ତି କରୁଛନ୍ତି । ଔଷଧ ଲେଖିବୁ ମାନେ ଆମେ ଟଙ୍କା ନେବୁ ବୋଲି ପ୍ରତିକ୍ରିୟା ଦେଇଥିଲେ । ସେପଟେ ସରକାରୀ ଡାକ୍ତରଖାନାରେ ଟଙ୍କା କାରବାର ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବୁଦ୍ଧିଜୀବୀ । ଡ୍ୟୁଟିରେ ଥାଇ ରୋଗୀଙ୍କ ଠାରୁ ଟଙ୍କା ନେବା ଏବଂ ଡ୍ୟୁଟିରେ ଥିବା ସମୟରେ ଟଙ୍କା ନେବା ଯେମିତି ହକ ସେଭଳି ବ୍ୟବହାର କରିବା ଘଟଣାରେ ଡ଼ାକ୍ତର ଶ୍ରୀ ଝା ଙ୍କ ଏତାଦୃଶ କାର୍ଯ୍ୟକୁ ସବୁଆଡେ ନିନ୍ଦା କରାଯାଉଛି । ଟଙ୍କା ନେବାର ଭିଡ଼ିଓ ଭାଇରାଲ ହେବାପରେ ଆକ୍ରୋଶ ମୂଳକ ଭାବେ ଜରୁରୀକାଳୀନ ଡ୍ୟୁଟି ସମୟରେ ଆସୁଥିବା ରୋଗୀଙ୍କର ଔଷଧ ଲେଖୁନଥିବାରୁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ରୋଗୀ । ଅନ୍ୟପଟେ ଡ଼ାକ୍ତରଙ୍କ ୧୦୦ ଟଙ୍କାର ଫିସ ପାଇଁ ବନ୍ଧା ପଡ଼ିଛିକି ରୋଗୀ ସେବା ବୋଲି ଚର୍ଚ୍ଚା ଜୋର ଧରିଛି । ଏନେଇ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୋହନ ସରକାର ତାହାକୁ ଅଞ୍ଚଳବାସୀ ଅନାଇ ବସିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।