February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ।


ଦାରିଙ୍ଗବାଡି : ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି I ସକାଳେ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ଥିଲା I ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥି, କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ଓ ଉପାଧ୍ୟକ୍ଷ ସନ୍ତୋଷ ବାଘ ନିଜର ଅଭିଭାଷଣ ରଖିଥିଲେ I

ଏହି ଅବସରରେ ଏନଏସି କାର୍ଯ୍ୟରତ କର୍ମ କର୍ତ୍ତା,ସଫେଇ କର୍ମଚାରୀଙ୍କୁ ସ୍ୱାୟତ୍ତ ଶାସନ ଦିବସରେ ଅଭିନନ୍ଦନ,ଶୁଭେଚ୍ଛା ବାର୍ତ୍ତା ଜଣେଇ ଛନ୍ତି ଅଧ୍ୟକ୍ଷା ଦେବସ୍ମିତା ଶତପଥି I ତତସହିତ ବିଭିନ୍ନ କର୍ମକର୍ତ୍ତା ଙ୍କୁ ନିଜ ନିଜର ଦାୟିତ୍ବ ସୁଚାରୁ ରୂପେ ତୁଲେଇ ଥିବାରୁ ପୁରସ୍କୃତ କରାଯାଇଛି I ସକାଳୁ ପ୍ରଭାତ ଫେରି କରାଯାଇ ଗାନ୍ଧୀ ଛକ ସ୍ଥିତ ଜାତୀର ପିତା ମହାତ୍ମା ଗାନ୍ଧୀ, ବନ୍ଧ ଛକ ସ୍ଥିତ ବୀର ଚକରା ବିଷୋୟୀ ଏବଂ ପଦାସାହି ସ୍ଥିତ ଅମର ବୀର ସହୀଦ ଯବାନ ବବ୍ରୁ ବାହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଧୂପ ଦେଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା I

ଅପରାହ୍ନ ବିଜୁ କଲ୍ୟାଣ ମଣ୍ଡପ ରେ ସ୍ୱାୟତ୍ତ ଶାସନ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇ ଥିଲା I କାଯ୍ଯନିର୍ବାହି ଅଧିକାରୀ ଇତିଶ୍ରୀ ଷଡଗୀଂ କଂ ତତ୍ୱାବଧାନରେ ଆୟୋଜିତ ଉସ୍ଛବ ରେ ମୁଖ୍ୟଅତିଥି ଭାବେ ସୁଶ୍ରୀ ଦେବସ୍ମିତା ଶତପଥୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ଼ଃ ନଳିନୀ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ,ତହସିଲଦାର ରଞ୍ଜନ କୁମାର ସାହୁ, ,ଅତିରିକ୍ତ ତହସିଲ ଦାର ଫାଲଗୁନୀ କୁମାର, ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହା ବିଦ୍ୟା ଳୟର ଅଧ୍ୟକ୍ଷ ଶିବରାମ ସାହୁ ପ୍ରମୁଖ ମଂଚାସୀ ଥିଲେ I ସ୍ୱାୟତ୍ତ ସାଶନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ସହିତ କ୍ରୁତି ପ୍ରତିଯୋଗୀତା ପୁରସ୍କୃତ କରାଯାଇ ଥିବା ବେଳେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରାଯାଇଥିଲା। ଶେଷ ରେ ସାଂସ୍କୃତିକ କାଯ୍ଯକ୍ରମ ପରିବେଷଣ କରାଯାଇଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।