ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
ଆଜି ସ୍ଥାନୀୟ ସମିତି ସଭାଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ ରୁତୁରାଜ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ବଳଭଦ୍ର ଦୀପ, ଉପ ଜିଲ୍ଲାପାଳ ଡ. ରିନା ପ୍ରଧାନ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ପିଏ. ଆଇଟିଡିଏ କୃପାସିନ୍ଧୁ ବେହେରା, ସ୍ଥାନୀୟ ବିଡିଓ ମନୋଜ କୁମାରଦେବତା, ତହସିଲଦାର ରଞ୍ଜନ କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇଥିଲେ ଏବଂ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଜିଲାପାଳ ଙ୍କ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ଲୋକେ ଆସିଥିବା ବେଳେ ଜିଲ୍ଲାପାଳଙ୍କୁ ନିଜ ନିଜ ଅଭିଯୋଗ କହିବା ସହ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ। ସେଥି ମଧ୍ୟରୁ ଭୂମିହୀନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟଜଳ ଯୋଗାଣ, ଦୁର୍ଗମ ଅଞ୍ଚଳ କୁ ପକ୍କା ସଡ଼କ, ଗାର୍ଡ ୱାଲ୍, କଲଭର୍ଟ ନିର୍ମାଣ, ରାସନ କାର୍ଡ଼, ରଟିଙ୍ଗିଆ ଗ୍ରାମକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ବିଛିନ୍ନ କରାଯିବା ଏପରି ବିଭିନ୍ନ ସମସ୍ୟା ସମ୍ପର୍କରେ ସମୁଦାୟ ୧୦୩ ଗୋଟି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ସମାଧାନ ପାଇଁ ଦାଖଲ ହୋଇଥିଲା।

ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ପରେ ସମସ୍ୟା ଗୁଡ଼ିକର ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଏହି ସବୁ ଅଭିଯୋଗ କୁ ତଦନ୍ତ କରି ତୁରନ୍ତ ସମାଧାନ କରିବା ପାଇଁ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।