ଖୋର୍ଦ୍ଧା : ଏଲ ଇଶ୍ୱର ରାଓ ସୂକ୍ଷ୍ମ କଳାକାର ।ଘର ଗୋପୀନାଥପୁର ହାଟବଜାର ଜଟଣୀ ଜିଲ୍ଲା ପୁରୀ। ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା ପାଇଁ 750 ଏମ ଏଲ ବୋତଲ ଭିତରେ ଆଇସକ୍ରିମ ଷ୍ଟିକ୍ସରେ ତିଆରି କରିଛନ୍ତି ଗଣେଶ ମୂର୍ତ୍ତି। ଏହି କାମ କରିବା ପାଇଁ 10 ଦିନ ସମୟ ଲାଗିଛି। କାମରେ ଆଇସକ୍ରିମ ଷ୍ଟିକ୍ସ, ସିଲଭର ପେପର ଓ ସୁତୁଲି ବ୍ୟବହାର ହୋଇଛି।ଗଣେଶ ମୂର୍ତ୍ତିର ଉଚ୍ଚତା 5 ଇଞ୍ଚ ଓସାର ସାଢ଼େ 2ଇଞ୍ଚ, ଅରଖଗଛ ଚେରରୁ ମଧ୍ୟ 1ଇଞ୍ଚ ଉଚ୍ଚତାର ଗଣେଶ ମୂର୍ତ୍ତି ତିଆରି ହୋଇଛି। ସୂକ୍ଷ୍ମ କଳା ମାଧ୍ୟମରେ ସମସ୍ତଙ୍କୁ ଗଣେଶ ପୂଜା ର ଶୁଭେଚ୍ଛା ଜଣାଉଛି କଳାକାର ଏଲ ଇଶ୍ୱର ରାଓ। ଯେଉଁମାନେ ପେଣ୍ଡାଲରେ ହେଉ କିମ୍ବା ଘରେ ହେଉ ଗଣେଶ ମୂର୍ତ୍ତି ବସାଇ ପୂଜା କରିଛନ୍ତି।ମାଟିରେ ନିର୍ମିତ ଗଣେଶ ମୂର୍ତ୍ତିକୁ ପୂଜା କରନ୍ତୁ ଯାହାଦ୍ଵାରା ଆମ ପରିବେଶ କୁ ଭଲରେ ରଖିବା ପାଇଁ ବାର୍ତ୍ତା ଦେଇଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।