MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜଧାନୀରେ ଚାଞ୍ଚଲ୍ୟ, ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଦୁଇ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ । ବାଲକୋନୀ ପଟେ ଘରେ ପଶି ମାରଣାସ୍ତ୍ର ଦେଖାଇ ଲୁଟପାଟ କରିବା ସହ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଏକାଧିକ ଦୁର୍ବୃତ୍ତ । ମୈତ୍ରୀବିହାର ଥାନା ଅଞ୍ଚଳରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । ଏନେଇ ପୀଡିତାଙ୍କ ଅଭିଯୋଗ ଆଧାରରେ କମିସନରେଟ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଗତକାଲି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ଦେଇଛି ।

ମୈତ୍ରୀବିହାର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ପୀଡିତା ତାଙ୍କ ସ୍ବାମୀ ଓ ଛୋଟ ଝିଅ ସହ ମୈତ୍ରୀବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ । କୌଣସି କାମରେ ତାଙ୍କ ସ୍ବାମୀ ବାହାରକୁ ଯାଇଥିବା କାରଣରୁ ରବିବାର ରାତିରେ ମହିଳାଜଣକ ଛୋଟ ଝିଅ ସହ ଘରେ ଏକାକୀ ଥିଲେ । ମଧ୍ୟରାତ୍ରିରେ ଏକାଧିକ ଦୁର୍ବୃତ୍ତ ବାଲକୋନୀ ଦେଇ ଘରେ ପଶି ଲୁଟପାଟ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ମହିଳାଜଣକ ଉଠିପଡି ଚିତ୍କାର କରିବାରୁ ତାଙ୍କ ଶିଶୁ କନ୍ୟା ମଧ୍ୟ ଉଠି ପଡିଥିଲେ । ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ଲୁଟପାଟ କରିଥିଲେ । ପରେ ମହିଳାଙ୍କୁ ଦୁଷ୍କର୍ମ ମଧ୍ୟ କରିବା ସହ ଲୁଟସାମଗ୍ରୀ ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ପୀଡିତା ମୈତ୍ରୀବିହାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୩୯/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୀଡିତାଙ୍କ ଡାକ୍ତରୀମଇନା କରାଇବା ସହ ଭାରତୀୟ ନ୍ୟାୟ ସଂହିତା (BNS) ଧାରା-୩୩୨(B) ଘରେ ଅନାଧିକାର ପ୍ରବେଶ, ୭୦ ଗଣଦୁଷ୍କର୍ମ କରିବା ଓ ୩୦୯ ଚୋରି ଓ ଡକାୟତି କରିବା ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍‌ । ଗତକାଲି ରାତିରେ ପୋଲିସ 2 ଅଭିଯୁକ୍ତଙ୍କୁ ଅଟକ ମଧ୍ୟ ରଖିଛି । ଘଟଣାରେ 4ରୁ 5 ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।