MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ଶିବିର


ମୋ ଟିଭି ଓଡିଶା / ଆଗରପଡ଼ା : ୧୪/୦୮:

ବନ୍ତ ବ୍ଳକ ଗଣିଜାଙ୍ଗ ପଂଚାୟତ ସରକାରୀ ତୁଣ୍ଡା ହୋମିଓପ୍ୟାଥିକ ମେଡ଼ିକାଲ ପରିସରରେ ବୁଧବାର ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟାରୁ ଆରୋଗ୍ୟ ନିମନ୍ତେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଡ଼ିକାଲ ଡ଼ାକ୍ତର ସନ୍ତୋଷ ବେହେରାଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ଜିଲ୍ଲା ହୋମିଓପ୍ୟାଥିକ ଚିକିତ୍ସାଧିକାରୀ ଡ଼ାକ୍ତର ନିତ୍ୟାନନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ରାମକୃଷ୍ଣପୁର ସରକାରୀ ହୋମିଓପ୍ୟାଥିକ ମେଡ଼ିକାଲ ଡ଼ାକ୍ତର ଲକ୍ଷ୍ମୀପ୍ରିୟା ସେଠୀ,ଗଣିଜାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରର କ୍ରିଷ୍ଣାରାଣୀ ସାହୁ,ସୁଦାମ ଚରଣ ମଲ୍ଲିକ,ଜଗନ୍ନାଥ ନାୟକ,ସୁନୀତା ଦାସ,ଇନ୍ଦିରା ପଣ୍ଡା,ସତ୍ୟଭାମା ରାଉତ,ଦମୟନ୍ତୀ ମିଶ୍ର,କନକଲତା ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଗଣିଜାଙ୍ଗ, ରାମପୁର, ରାମକୃଷ୍ଣପୁର, ସେଣ୍ଢତିରା, ଗୋବିନ୍ଦପୁର, କେନ୍ଦୁଆପଦା ସମେତ ବିଭିନ୍ନ ପଂଚାୟତରୁ ଆସିଥିବା ୬୦ବର୍ଷରୁ ଉର୍ଦ୍ଧ ବୟସ୍କ ଶତାଧିକ ବୃଦ୍ଧ,ବୃଦ୍ଧା ଉପସ୍ଥିତ ରହି ବିଭିନ୍ନ ପ୍ରକାର ରୋଗର ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ହୋମିଓପ୍ୟାଥିକ ମେଡ଼ିସିନ ମଧ୍ୟ ନେଇଥିଲେ । ସରୋଜ ନାୟକ,ଭାସ୍କର ମହାପାତ୍ର,ହେମନ୍ତ ମହାପାତ୍ର,ବାଇଧର ରାଉତ,ଲକ୍ଷ୍ମୀଧର ରାଉତ,ହେମେନ୍ଦ୍ର ରାଉଳ,ଝୁନା ରାଉତ,ଲକ୍ଷ୍ମୀପ୍ରିୟା ରାଉଳ,ରିନା ରାଉଳ,ତିଳୋତ୍ତମା ରାଉଳ,ସତ୍ୟଭାମା ରାଉଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।