February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜିଓ ଦେଲା ଆଉ ଏକ ଝଟ୍‌କା;

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଜିଓ ଜୁଲାଇ ୩ରୁ ଏହାର ପ୍ରିପେଡ୍‌ ପ୍ଲାନ୍‌ଗୁଡ଼ିର ମୂଲ୍ୟ ବଢାଇ ଦେଇଛି। ଏହା ଉପଭୋକ୍ତାଙ୍କୁ ଏବ ବଡ଼ ଝଟ୍‌କା ଦେଇଥିଲା। ବିଭିନ୍ନ ଯୋଜନାର ମୂଲ୍ୟ ଭିନ୍ନ ଭାବରେ ବୃଦ୍ଧି କରାଯାଇଥିଲା। ତେବେ ଏହା ସହ କିଛି ଲୋକପ୍ରିୟ ପ୍ଲାନ୍‌ ମଧ୍ୟ ତାଲିକାରୁ ହଟାଇ ଦିଆଯାଇଛି, ଯାହା ଉପଭେକ୍ତାଙ୍କୁ ଆଉ ଏକ ଝଟ୍‌କା ଦେଇଛି। ଆସନ୍ତୁ ଜାଣିବା ସେହି ପ୍ଲାନଗୁଡ଼ିକ ବିଷୟରେ-

ବାର୍ଷିକ ପ୍ଲାନ୍‌-

ସର୍ବପ୍ରଥମେ ଉପଭୋକ୍ତା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସବୁଠୁ ଲୋକପ୍ରିୟ ୨୫୪୫ ଟଙ୍କାର ପ୍ଲାନ୍‌କୁ ହଟାଇ ଦିଆଯାଇଛି। ଏହାର ବୈଧତା ୩୩୬ ଦିନ ଥିଲା ଏବଂ ଏଥିରେ ପ୍ରତିଦିନ ୧.୫ ଜିବି ଡାଟା ମିଳୁଥିଲା।

ଓଟିଟି ପ୍ଲାନ୍‌-

ଅଧିକାଂଶ ଓଟିଟି ସବ୍‌ସ୍କ୍ରିପ୍ସନ ପ୍ଲାନ୍‌ଗୁଡ଼ିକୁ ମଧ୍ୟ ଜିଓ ହଟାଇ ଦେଇଛି। ଏଥିରେ ୩,୬୬୨ ପ୍ଲାନ୍, ୩,୨୨୬ ପ୍ଲାନ୍ ଓ ୩,୨୨୫ ପ୍ଲାନ୍‌ ସାମିଲ ଅଛି। ଏ ସମସ୍ତ ପ୍ଲାନ୍‌ ଓଟିଟି ସବ୍‌ସ୍କ୍ରିପ୍ସନ ସହ ଆସୁଥିଲା। ଏଥିସହ ପ୍ଲାନଗୁଡ଼ିକର ବୈଧତା ୩୬୫ ଦିନ ଥିଲା।

୨୯୯୯ ପ୍ଲାନ୍-

ଜିଓର ବାର୍ଷିକ ପ୍ଲାନ୍ କଥା ଉଠିଲେ ୨୯୯୯ ପ୍ଲାନ୍‌ର ନାଁ ମନେପଡ଼େ। ଏହା ୩୬୫ ଦିନର ବୈଧତା ସହ ଆସୁଥିଲା ​​ଏବଂ ଦୈନିକ ୨ ଜିବି ଡାଟା ମଧ୍ୟ ମିଳୁଥିଲା। ଏହାକୁ ମଧ୍ୟ ହଟାଇ ଦିଆଯାଇଛି। ଏବେ ଆପଣଙ୍କୁ ୩୫୯୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ ଓ ଏଥିରେ ୨.୫ ଜିବି ଦୈନିକ ଡାଟା ମିଳିବ।

୧୫୫୯ ପ୍ଲାନ୍‌- 

ଏହି ଯୋଜନା ସେହି ଉପଭୋକ୍ତାମାନଙ୍କ ପାଇଁ ବହୁତ ଖାସ୍‌ ଥିଲା, ଯେଉଁମାନେ କମ୍ ମୂଲ୍ୟରେ ବର୍ଷସାରା ନମ୍ବର ଆକ୍ଟିଭେଟ୍‌ ରଖିବାକୁ ଚାହୁଁଥିଲେ ଏବଂ ତାଙ୍କର ଅଧିକ ଡାଟା ମଧ୍ୟ ଆବଶ୍ୟକତା ନଥିଲା। ୧୫୫୯ ଟଙ୍କାର ପ୍ଲାନ୍‌ ପରିବର୍ତ୍ତେ ବର୍ତ୍ତମାନ ଆପଣଙ୍କୁ ୧୮୯୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।