MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସର୍ବଭାରତୀୟ ଆରପିଏଫ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସର୍ବଭାରତୀୟ ଆରପିଏଫ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ :

ଉତ୍ତର ରେଳପଥ, ଦିଲ୍ଲୀ ଚାମ୍ପିଅନସିପ୍ ଟ୍ରଫି ହାସଲ କଲା |

ମୋ ଟିଭି ଓଡିଶା / ଭୁବନେଶ୍ୱର, 9 ଅକ୍ଟୋବର 2024:

ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ଦ୍ୱାରା ଆୟୋଜିତ ହୋଇଥିବା 30 ତମ ସର୍ବଭାରତୀୟ ହକି ଚମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟ ଆଜି ଭୁବନେଶ୍ୱରର କିଟ୍ ହକି ଷ୍ଟାଡିୟମରେ ସଫଳତାର ସହ ସମାପ୍ତ ହୋଇଛି | ଏହି ଚାରି ଦିନିଆ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜୋନାଲ ରେଳବାଇ ଏବଂ ଭାରତୀୟ ରେଳବାଇର ଉତ୍ପାଦନ ୟୁନିଟ୍ ଦଳ ଗୁଡିକ ଯୋଗଦାନ କରି ଉତ୍ସାହଜନକ ପ୍ରତିଯୋଗିତା ପ୍ରଦର୍ଶନ କରିଥିଲେ |

ଏହି ଉଦଯାପନୀ ଉତ୍ସବରେ ଆୟୋଜିତ ରୋମାଞ୍ଚକର ଫାଇନାଲ ମ୍ୟାଚରେ ଉତ୍ତର ରେଳପଥ, ଦିଲ୍ଲୀ ସୁଟଆଉଟ ମାଧ୍ୟମରେ ଦକ୍ଷିଣ ରେଳପଥ, ଚେନ୍ନାଇକୁ 3-1 ଗୋଲରେ ପରାସ୍ତ କରି ବିଜୟୀ ହେବା ସହ ସମ୍ମାନଜନକ ଚାମ୍ପିଅନସିପ୍ ଟ୍ରଫି ହାସଲ କରିଥିବାବେଳେ ଦକ୍ଷିଣ ରେଳପଥ ରନର୍ସ ଅପ ଟ୍ରଫି ଗ୍ରହଣ କରିଥିଲା |

ବ୍ୟକ୍ତିଗତ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଉତ୍ତର ରେଳପଥର ବିନୋଦ କୁମାର ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ସମ୍ମାନିତ ହୋଇଥିବାବେଳେ ସମଗ୍ର ଇଭେଣ୍ଟରେ କ୍ରମାଗତ ଉତ୍କର୍ଷତା ପାଇଁ ଦକ୍ଷିଣ ରେଳପଥର ଗଳକୀପର ଶ୍ରୀ ଅମଲଦଶ ପି ଏମ ଙ୍କୁ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ଭାବରେ ସମ୍ମାନିତ କରାଯାଇଥିଲା |

ଉଦଯାପନୀ ସମାରୋହରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସୁରକ୍ଷା କର୍ମୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧିରେ କ୍ରୀଡା ଏବଂ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱାରୋପ କରିଥିଲେ | ରେଳ ସୁରକ୍ଷା ବଳ (ଆରପିଏଫ) ର ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ଆଲୋକ ଭୋହରାଙ୍କ ଉପସ୍ଥିତିରେ ଶ୍ରୀ ଫୁଙ୍କୱାଲ ବିଜେତା ଦଳକୁ ଚାମ୍ପିୟନଶିପ ଟ୍ରଫି ମଧ୍ୟ ପ୍ରଦାନ କରିଥିଲେ |

ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜୋନାଲ ରେଳବାଇ ଏବଂ ଉତ୍ପାଦନ ୟୁନିଟ୍ ଗୁଡିକର ଆଠଟି ଆରପିଏଫ୍ ହକି ଦଳ ଅଂଶଗ୍ରହଣ କରିଥିଲେ | ଏହି ଦଳ ଗୁଡିକ ହେଲା _ ଉତ୍ତର ରେଳପଥ (ନୂଆଦିଲ୍ଲୀ), ଦକ୍ଷିଣ ପୂର୍ବ ରେଳପଥ (କୋଲକାତା), ପଶ୍ଚିମ ରେଳପଥ (ମୁମ୍ବାଇ), ଉତ୍ତର ପୂର୍ବ ରେଳପଥ (ଗୋରଖପୁର), ଦକ୍ଷିଣ ରେଳପଥ (ଚେନ୍ନାଇ), ପଶ୍ଚିମ କେନ୍ଦ୍ରୀୟ ରେଳପଥ (ଜବଲପୁର), କେନ୍ଦ୍ରୀୟ ରେଳପଥ (ମୁମ୍ବାଇ) ଏବଂ ରେଳ ସୁରକ୍ଷା ସ୍ୱତନ୍ତ୍ର ବଳ (RPSF) |

ଫାଇନାଲ ମ୍ୟାଚ୍ ଏବଂ ଉଦଯାପନୀ ସମାରୋହକୁ ଉତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଙ୍କ ସହ ମୁଖ୍ୟାଳୟର ପ୍ରମୁଖ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ୍ ରେଲୱେ ଡିଭିଜନର ବରିଷ୍ଠ ରେଳ ଅଧିକାରୀ ମାନେ ମଧ୍ୟ ମଧ୍ୟ ଉପସ୍ଥିତ ଥିଲେ |

ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କେବଳ ରେଳ ସୁରକ୍ଷା ବଳର କ୍ରୀଡ଼ାବିତ୍ ତଥା ଦଳଗତ କାର୍ଯ୍ୟକୁ ଆଲୋକିତ କରିନାହିଁ ବରଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଏବଂ ଦକ୍ଷତାକୁ ପ୍ରୋତ୍ସାହିତ କରିବାରେ କ୍ରୀଡ଼ାର ଭୂମିକା ଆହୁରି ଦୃଢ଼ୀଭୁତ କରିପାରିଛି |

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।