January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବେଆଇନ ସାର ଗୋଦାମ ଉପରେ ଚଢ଼ାଉ କଲା ଗୋଲାମୁଣ୍ଡା କୃଷି ବିଭାଗ।


ମୋଟିଭି ଓଡିଶା / କଳାହାଣ୍ଡି:୧୫/୦୬:


କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ଠାରେ ଥିବା ଏକ ସାର ଗୋଦାମ ରେ ବେଇଆନ ଭାବେ ବିଭିନ୍ନ ପ୍ରକାର ସାର ଗଚ୍ଛିତ ଥିବା ନେଇ ଅଭିଯୋଗ ପରେ କୃଷି ବିଭାଗୀୟ ଅଧିକାରୀ ମାନେ ଚଢ଼ାଉ କରି ସାର ଜବତକରିଥିବା ଜଣାପଡିଛି। ସୂଚନା ମତେ ବିଜୁ ଏକ୍ସପ୍ରେସ ୱେ ପାର୍ଶ୍ଵ ରେ ଥିବା ଏକ ଦୋକାନ ଗୃହରେ ପୁଲକିତ ବାଓ ଫର୍ଟିଲାଇଜର ପ୍ରାଇଭେଟ ଲିମିଟେଡ଼ ଓଲ୍ଡ ଦିଲ୍ଲୀ ଗୁରଗାଓଁ ରୋଡ଼ ନିହାଲ ଭବନ ଡୁଣ୍ଢେରା ଗୁରଗାଁଓ ହରିୟାଣା ରୁ ଉଲ୍ଲେଖ ହୋଇଥିବା କିଷାନ ଖତ ରହିଥିବା କିଛି ସ୍ଥାନୀୟ ସାର ବ୍ୟବସାୟୀ ମାନେ ଗୋଲାମୁଣ୍ଡା କୃଷି ବିଭାଗ ଓ ଗୋଲାମୁଣ୍ଡା ଥାନାରେ ଲିଖିତ ଏତଲା କରିଥିଲେ।ଅଭିଯୋଗ କୁ ଭିତ୍ତି କରି ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ ଏବଂ ଅତିରିକ୍ତ ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ଲିଙ୍ଗରାଜ ମେହେର ଉକ୍ତ ଦୋକାନ ପାଖକୁ ଯାଇ ମୋଟ ୪୮୦ ବସ୍ତା ସାର ଜବତ କରି ସ୍ଥାନୀୟ କୃଷି ସେବା ସମବାୟ ଠାରେ ଜିମା ଦେଇଛନ୍ତି।

ତଦନ୍ତ ସମୟରେ ୩୪୦ବସ୍ତା କିଷାନ ଖତ ନାମକ ଡିଏପି, ସୁପର ଏକ୍ସନ ନାମକ ପଟାସ ୧୪୦ ବସ୍ତା ଏବଂ ୫୦ ବୋତଲ ପ୍ରେଷ୍ଟିସାଇଡ଼ ଜବତ ହୋଇଥିବା ବେଳେ ଷ୍ଟକ ରେଜିଷ୍ଟର, ବିକ୍ରି ରେଜିଷ୍ଟର, ଜମା ରଖିବା ସ୍ଥାନ, ବିକ୍ରି କରିବା ସ୍ଥାନ ଓ ଅନ୍ୟ ସରକାରୀ ତଥ୍ୟ ମାନେ ତଦନ୍ତ କରାଯାଇଥିଲା। କିନ୍ତୁ ଯେଉଁ ବ୍ୟକ୍ତି ଜଣକ ଏହି ସାର ବିକ୍ରି ପାଇଁ ଆଣିଥିଲେ ତାଙ୍କ ପାଖରେ ସଠିକ ତଥ୍ୟ ନ ଥିଲା। ବ୍ୟବସାୟୀ ଜଣକ ଏହି ସାର କୁ ଚଢା ଦରରେ ଚାଷୀଙ୍କ ପାଖରେ ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଜବତ ହୋଇଥିବା କିଷାନ ଖତ ଗୋଲାମୁଣ୍ଡା ବ୍ଲକ ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଚ୍ଛିତ ହୋଇ ବିକ୍ରି ହେଉଥିଲେ ମଧ୍ୟ ଜିଲ୍ଲା କୃଷି ବିଭାଗ ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ପାଖରେ ଖବର ନ ଥିବା ଘଟଣା ସନ୍ଦେହ ଥିବା ନେଇ କୃଷକ ନେତା ସାଉଲ ମଙ୍ଗରାଜ ଅଭିଯୋଗ କରିଛନ୍ତି ଓ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାନ ଗଲେ ଆଗାମୀ ଦିନରେ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କୃଷକ ନେତା ଶ୍ରୀ ମଙ୍ଗରାଜ ଚେତାବନି ଦେଇଛନ୍ତି।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।