ମୋ ଟିଭି ଓଡିଶା / କଳାହାଣ୍ଡି : ୦୧/୦୮
ଜୟପୁର ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ। ବିଡ଼ିଓ ଙ୍କ ଗାଡିରୁ ୫ ଲକ୍ଷ ଟଙ୍କା ଜବତ ସୂଚନା।କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଆଜି ଭବାନୀପାଟଣା ରୁ ମିଟିଂ ସାରି ଗୋଲାମୁଣ୍ଡା ଫେରୁଥିବା ସମୟରେ ଜୟପୁର ଭିଜିଲାନ୍ସ ର ଏକ ଟିମ କୌଣସି ସୂତ୍ରରୁ ଖବର ପାଇ ଜାତୀୟ ରାଜପଥ ୨୬ ଜାରିଂ ନିକଟରେ ବିଡ଼ିଓ ଙ୍କ ଗାଡିକୁ ଅଟକାଇ ଭିଜିଲାନ୍ସ ଅଧିକାରୀ ମାନେ ଯାଞ୍ଚ କରିବାରୁ ଗାଡି ରୁ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

ତେବେ ଜବତ ଟଙ୍କା ବିଷୟରେ କୌଣସି ସନ୍ତୋଷଜନକ ଉତ୍ତର ବିଡ଼ିଓ ଦେଇ ପାରିନଥିବା ବେଳେ ଭିଜିଲାନ୍ସ ର ଟିମ ତଦନ୍ତ ଜାରି ରହିଛି। ବିଡ଼ିଓ ଙ୍କ ସହିତ ବ୍ଲକ ର ଅନ୍ୟ ଦୁଇ ଅଧିକାରୀ ମଧ୍ୟ ରହିଥିବା ସୂଚନା ମିଳିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।