ଖୋର୍ଦ୍ଧା ( ବାଣପୁର ) :
ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହୋଇଥିବା ସୂଚନା ମିଳିଛି।
ସୂଚନା ମୁତାବକ ଗତ କାଲି ଅପରାହ୍ନ ପାଖାପାଖି ୩ ଘଟିକା ସମୟରେ ବାଣପୁର କୁମାରାଙ୍ଗ ରୋଡରେ ବାସ କରୁଥିବା ଦମ୍ପତି ପବନଦୀପ ସ୍ୱାଇଁ ଓ ବିଷ୍ଣୁପ୍ରିୟା ବରଡ଼ ଏନଏସି ଆହାର କେନ୍ଦ୍ର ସ୍ଥିତ ଆଧାର କାର୍ଡ ସେଣ୍ଟରକୁ ଯାଇଥିଲେ। ଏହାପରେ ଉଭୟେ କଲେଜ ଛକରେ ପରିବା କିଣୁଥିବା ବେଳେ ହଠାତ ଜଣେ ମୁଖା ପିନ୍ଧା ଦୁର୍ବୁତ୍ତ ବାଇକରେ ଆସି ବିଷ୍ଣୁପ୍ରିୟାଙ୍କ ବେକରୁ ଦୁଇ ଗୋଟି ସୁନା ଚେନ ଓ ଗୋଟେ ହାର ଝାମ୍ପିନେଇ ଯାଇଥିଲେ।
ବିଷ୍ଣୁପ୍ରିୟା ପ୍ରତିରୋଧ କରିବାରୁ ଏକ ବନ୍ଧୁକ ଦେଖାଇ ଜୀବନରେ ତାଙ୍କୁ ମାରିଦେବେ ବୋଲି ଦୁର୍ବୁତ୍ତ ଧମକ ଦେବା ସହ ଆଖି ପିଛୁଳାକେ ସେଠାରୁ ଫେରାର ହୋଇଯାଇଥିଲେ। ଦୁର୍ବୁତ୍ତଙ୍କ ସହ ଆଉ ଜଣେ ସହଯୋଗୀ ମଧ୍ୟ ଥିବା ବିଷ୍ଣୁପ୍ରିୟାଙ୍କ ସ୍ୱାମୀ ପବନଦୀପ କହିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।