ବିଜାପଡ଼ା ଓ ଫିଟିଂ ପଡ଼ାର ୭ ଟି ଘରୁ ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଓ ମୂଲ୍ୟବାନ ସମ୍ପଦ ଚୋରି , ସନ୍ଧନୀ କୁକର ଦ୍ବାରା ଟାଉନ ପୋଲିସର ତଦନ୍ତ ଆରମ୍ଭ ।
ଆଜି ଡ଼ିସେମ୍ବର ୨୫ ତାରିଖ ପୂର୍ବାହ୍ନ ୯. ୩୦ ମିନିଟ ସମୟରେ ଟାଉନ ପୋଲିସକୁ ଜୁଲିଅସ କେରକେଟା ନାମକ ଜଣେ ବ୍ୟକ୍ତି ଲିଖିତ ଅଭିଯୋଗେ ଦେବା ପରେ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ନିଫର ଡଗ ବା ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି।
ତେବେ ତଦନ୍ତ କାର୍ଯ୍ୟରେ ଲାଗିଥିବା ସନ୍ଧାନୀ କୁକୁରଟି ସବ ଇନ୍ସପେକ୍ଟର କ୍ୟାଡର ବୋଲି ଜଣା ପଡ଼ିଛି। ବିଜା ପଡ଼ାର ଚାରୋଟି ଘର ଓ ଫିଟିଂ ପଡ଼ାର ୩ ଟି ଘରୁ ଚୋରି ହୋଇଛି। ଡକାୟତ ମାନେ ଟଙ୍କା, ସୁନା ଗହଣା ,କ୍ୟାମେରା ଓ ମୋବାଇଲ ସବୁ ଚୋରି କରିଥିବା ଜଣା ପଡିଛି। ତେବେ ଏହି ସିରିଆଲ ଡ଼କାୟତିରେ ରେ ଅତିକମରେ ୧୦ ରୁ ୧୨ ଜଣ ଅପରାଧୀ ସମ୍ପୃକ୍ତ ଥିବା କଥା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।
ଏହି ଚୋରି ଗତ ମଧ୍ୟାରାତ୍ରୀ ପ୍ରାୟ ୧୨ ଟାରୁ ୩. ୩0 ମିନିଟ ମଧ୍ୟରେ ଘଟିଥିବା କଥା ଅନୁମାନ କରାଯାଉଛି। ତେବେ ଯେଉଁ ସମସ୍ତଙ୍କ ଘରୁ ଚୋରି ହୋଇଛି ସେହି ସମସ୍ତଙ୍କ ଘରର କବାଟ ଓ ଆଲମାରିର କେବଳ ତାଲା ଭଙ୍ଗୀ ଚୋରି ହୋଇଛି। ଡକାୟତ ମାନେ ହାଇଡ୍ରୋଲିକ ଲକ୍ ବ୍ରେକର ବ୍ୟବହାର କରିଥିବା ପୋଲିସ ସନ୍ଦେହ କରୁଛି। ତେବେ ଟାଉନ ପୋଲିସ ସୂଚନା ପାଇବା ମାତ୍ରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସନ୍ଧାନୀ କୁକୁରର ପିଛା କରି ପୋଲିସ ଯାଉଥିଲେ ମଧ୍ୟ ଦିନ ୨. ୧୫ ପର୍ଯ୍ୟନ୍ତ କୌଣସି ସୁରାକ ପାଇପରି ନ ଥିବା କଥା ଜଣାପଡିଛି ।ଅପରପକ୍ଷେ ଡ଼କାୟତଙ୍କ ଏହି କାରନାମା ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ା ଚ୍ୟାଲେଞ୍ଜ ଦେଇଛି ।
ମୋ ଟିଭି ଓଡିଶା, ସୁନ୍ଦରଗଡ଼
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।