January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଏୟାରପୋର୍ଟରୁ ୮୦ କିଲୋ ସୁନା‌, ଦେଢ କ୍ବିଣ୍ଟାଲ ରୁପା ଜବତ

ମୋ ଟିଭି ଓଡିଶା / ଭୁବନେଶ୍ୱର : ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବିପୁଳ ପରିମାଣରେ ସୁନା ଓ ରୂପା । ଦୁଇଟି କଣ୍ଟେନରରେ ସୁନା-ରୁପା ଯାଉଥିବା ବେଳେ ଖବର ପାଇ ମାଡି ବସିଲା ସିଟି ଜିଏସଟି ବିଭାଗ । ଏସବୁ ସୁନା-ରୁପା ବିମାନ ଯୋଗେ ଭୁବନେଶ୍ବରକୁ ଆସିଛି । ପାଖାପାଖି ୮୦ କେଜି ସୁନା ଓ ଦେଢ କ୍ବିଣ୍ଟାଲ ରୁପା ଜବତ ହୋଇଥିବା ସୂଚନା ରହିଛି । ତେବେ ବିମାନ ଯୋଗେ ଏତେ ପରିମାଣର ସୁନା ଓ ରୁପା ଭୁବନେଶ୍ବରରୁ କାହିଁକି ଆସୁଥିଲା । ତାହାର ଖୋଳତାଡ କରିଛି ଉଭୟ ପୋଲିସ ଓ ସିଟି ଜିଏସଟି ବିଭାଗ । ବ୍ୟାଙ୍କରୁ ଏଟିଏମକୁ ଟଙ୍କା ଲୋଡ ପାଇଁ ଯେଉଁ ଗାଡି ବ୍ୟବହାର ହୁଏ ସେହି ଗାଡିରେ ଚାଲାଣ ହେଉଥିଲା ସୁନା । ସୁରକ୍ଷା ଦୃଷ୍ଟିରୁ ଏସବୁ ଗାଡିରେ କାରବାର ହୁଏ ଟଙ୍କା । ସେହି ଗାଡ଼ିକୁ ସୁନା ଚାଲାଣରେ ବ୍ୟବହାର କରାଯାଇଥିଲା । ଏହି ଗାଡିରେ ସୁରକ୍ଷା ବିଶେଷ ଗୁରୁତ୍ବ ଦିଆଯାଇଥାଏ । ଏହି ଗାଡ଼ିକୁ ଖୋଲିବା କଷ୍ଟକର ଯେଉଁମାନେ ସେହି ଗାଡି ଦାୟିତ୍ବରେ ଥିବେ ସେମାନେ‌ ଖୋଲି ପାରିବେ । ତେବେ ଏହି ଗାଡିରେ ସୁନା ନେବା ଆଣିବା ଅର୍ଥାତ୍ ଏକ ବଡ଼ ଧରଣର ସୁବ୍ୟବସ୍ଥିତ ଢାଞ୍ଚାରେ ଏପରି ସୁନା ଚାଲାଣ ହେଉଥିବା ସନ୍ଦେହ କରାଯାଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।