MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗ୍ରାହକଙ୍କ ପାଇଁ ଖୁସି ଖବର । କମିପାରେ ଆଳୁ ଦର ।

ରାଜ୍ୟରେ କିଛି ଦିନ ହେବ ଆଳୁ ଦର ଆକାଶ ଛୁଆଁ ରହିଥିବାବେଳେ ବର୍ତ୍ତମାନ ଏଥିରେ ଲଗାମ ଲାଗିଛି । ବଜାରରେ ଆଳୁ ଦର ୩୦ ଟଙ୍କା ରହିଥିବାବେଳେ ଆଗକୁ ଏହି ଦର ଆହୁରି କମିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଆଳୁ ଦର କମିବାକୁଥିବାବେଳେ ଯେଉଁମାନେ କଳାବଜାରୀ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ସେପଟେ ପିଆଜ ଦର ବୃଦ୍ଧି ମଧ୍ୟ ଚିନ୍ତା ବଢାଇଛି ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ” ଏବେ ବଜାରରେ ଆଳୁ ଦର 30 ଟଙ୍କା ଅଛି ଆହୁରି କମିବ। କଳାବଜାରୀ ପାଇଁ ଏନଫୋର୍ସମେଣ୍ଟ ଟିମ୍ କାମ କରୁଛନ୍ତି । ଯେଉଁମାନେ କଳାବଜାରୀ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଣ ବିଭାଗ ତରଫରୁ ଆଳୁ ଯୋଗାଇ ଦିଆଯାଇଛି ।” ଆଳୁ କେଉଁଠାରୁ ଆସୁଛି ପ୍ରଶ୍ନର ଉତ୍ତର ରଖି ଯୋଗାଣ ମନ୍ତ୍ରୀ କହିଛନ୍ତି, ” ଆଳୁ କାହାଠୁ ଆଣିବୁ ସେମିତି କିଛି ନାହିଁ ।ଆମର କାହା ସହ ଶତ୍ରୁତା ନାହିଁ । ଯିଏ ଆମକୁ ଭଲ ରେଟରେ ଆଳୁ ଯୋଗାଇଲା ଆମେ ସେମାନଙ୍କଠାରୁ ଆଣିବୁ । ବର୍ତ୍ତମାନ ଆଳୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆସୁଛି ।”

ଅନ୍ୟପଟେ ପିଆଜ ଦରବୃଦ୍ଧିକୁ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି,” ରାଜ୍ୟରେ ପିଆଜ ଦର ବୃଦ୍ଧି ହୋଇଛି । ତା’ ପାଇଁ ଆମେ ବ୍ୟବସ୍ଥା କରୁଛୁ । ବାହାରୁ ପିଆଜ ଆଣି ଲୋକମାନଙ୍କୁ ଦେବୁ । ନାସିକରୁ ପିଆଜ ଆସିବ । ଆମ ରାଜ୍ଯରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଏବଂ ପିଆଜ ହୋଇପାରିବ । ପୂର୍ବ ସରକାର 24 ବର୍ଷରେ କିଛି ଏହା ଉପରେ କରିପାରିଲେ ନାହିଁ। ଆମ ସରକାରରେ କୃଷି ମନ୍ତ୍ରୀ ଦାୟିତ୍ବ ନେଇଛନ୍ତି । ସେ ଦିଗରେ ସେ କାମ କରୁଛନ୍ତି ।” ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସାଧାରଣ ବଣ୍ଟନ ମାଧ୍ୟମରେ ସର୍ବସାଧାରଣମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଆଳୁ ବିକ୍ରୟ ଆରମ୍ଭ ହୋଇଛି ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।