MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସରକାରୀ ଜମିକୁ ମାଡ଼ି ବସିଲେ ସରକାରୀ କର୍ମଚାରୀ

ସରକାରୀ ଜମିକୁ ମାଡ଼ି ବସିଲେ ସରକାରୀ କର୍ମଚାରୀ l କାର୍ଯ୍ୟନୁଷ୍ଠାନ ପାଇଁ ଦାବିକଲା ଜିଲ୍ଲା ନାଗରିକ କମିଟି


ମୋ ଟିଭି ଓଡ଼ିଶା, ଫୁଲବାଣୀ:(ସୁଶାନ୍ତ କୁମାର ସାହୁ)


କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ କ୍ରମାଗତ ଭାବେ ସରକାରୀ ଜମି ଗୁଲୁଣ୍ଠନ ଚାଲିଥିବା ବେଳେ ପୁଣି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l ବାଲିଗୁଡ଼ା ନୁଆସହି ସ୍ଥିତ ପାଟ୍ଟଖଣ୍ଡା ଉଚ୍ଚ ପୀଠ ର ପ୍ଲଟ ନମ୍ବର 2015/17 । ଖାତା ନମ୍ବର 769/740 ରେ ଥିବା ଜମିକୁ ଜଣେ ଅବସପ୍ରାପ୍ତ ଶିକ୍ଷକ ଜବର ଦଖଲ କରି କୋଠା ନିର୍ମାଣ କରିଥିବା ଅଭିଯୋଗ ହୋଇଛି l ବିଦ୍ୟାଳୟ ଜମିକୁ କିଛି ଲୋକ  ଅକ୍ତିଆର ଅଭିଯୋଗ ପରେ ପ୍ରଶାସନ ଜମି  ଉଛେଦ ପ୍ରକ୍ରିୟା ଆରମ୍ଭ କରି ଥିଲା ଏଵଂ ଜବର ଦଖଲ ହୋଇଥିବା ସ୍କୁଲ୍ ଜମିରୁ ଚିହ୍ନଟ କରିବା ପରେ ଫାଇବ ଟି ସ୍କୁଲ୍ ନିର୍ମାଣ କାର୍ଯ୍ୟ ହୋଇଥିଲା  କିନ୍ତୁ ଏବେବି କିଛି ଜମିକୁ ସରକାରୀ କର୍ମଚାରୀ କର୍ମଚାରି ତଥା ଅବସର ପ୍ରାପ୍ତ ଶିକ୍ଷକ ବଳଭଦ୍ର ବେହେରା ଅକ୍ତିଆର କରିଥିବା ଅଭିଯୋଗ କରିଛନ୍ତି l  

ସ୍କୁଲ ଜମି ଉଛେଦ ବେଳେ କାହିଁକି ଜଣେ ସରକାରୀ କର୍ମଚାରୀ ଙ୍କ ଘର ଉଚ୍ଛେଦ ହେଲାନାହି ବୋଲି ନାନା ପ୍ରଶ୍ନ ଉଠୁଛି l କାହା ସ୍ୱାର୍ଥରେ କାହା ଚାପରେ ଉଚ୍ଛେଦ ପ୍ରକ୍ରିୟା ତତ୍କାଳୀନ ତହସିଲଦାର  ଅଧାରେ  ରଖିଲେ ବୋଲି ନାନା ସନ୍ଦେହ ହେଉଛି l ଏନେଇ ବିଭାଗୀୟ କତୃପକ୍ଷ ଜିଲ୍ଲା ପ୍ରଶାସନ ତଦନ୍ତ କରିବା ଆବଶ୍ୟକତା ରହିଛି l ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଜବର ଦଖଲକାରୀ ଶିକ୍ଷକ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହିତ ସ୍କୁଲ ଜମିକୁ ସ୍କୁଲ କୁ ଫେରାଇ ଆଣିବାକୁ ଜିଲ୍ଲା ନାଗରିକ କମିଟି ର ସଭାପତି ତଥା ବଶିଷ୍ଠ ସାମ୍ୱାଦିକ ଡ଼ଃ ଅରୁପ ଜେନା ଦାବୀ କରିଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।