MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗଣେଶ ବିସର୍ଜନ ପାଇଁ ବିଏମସି ପକ୍ଷରୁ ମାର୍ଗଦର୍ଶିକା

ମୋ ଟିଭି ଓଡିଶା / ଭୁବନେଶ୍ୱର : ରାଜଧାନୀରେ ଗଣେଶ ବିସର୍ଜନ ପାଇଁ ବିଏମସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି। ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ସ୍ଥାନ ଚି଼ହ୍ନଟ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଲା  ଟଙ୍କପାଣି ବ୍ରିଜ ଓ ଅନ୍ୟଟି ହେଲା ଦୟା ନଦୀ କୂଳ। ଏଥିଲାଗି ସେଠାରେ ବିସର୍ଜନ ପାଇଁ ବିଏମସି ତରଫରୁ ବିଶେଷ ଆୟୋଜନ ହୋଇଛି। 
ଏଥର ବିଏମସି ମୂର୍ତ୍ତି ବିସର୍ଜନର ଦାୟିତ୍ବ ବହନ କରିବ। ଯେଉଁମାନେ ଚାହିଁବେ, ସେମାନେ ବିସର୍ଜନ ପାଇଁ ନିକଟସ୍ଥ ବିଏମସି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ଦେଇପାରିବେ। ସେହି ମୂର୍ତ୍ତିକୁ ବିଏମସି ବିସର୍ଜନ ବିଏମସି। ମୂର୍ତ୍ତିକୁ ଆଣି ସମ୍ମାନର ସହ ଧାର୍ମିକ ଭାବନାକୁ ସମ୍ମାନ ଦେଇ ଗଣେଶ ମୂର୍ତ୍ତିକୁ ସଠିକ ଭାବେ ଯଥା ସ୍ଥାନରେ ରଖିବେ। ଗଣେଶ ପୂଜା ବିସର୍ଜନର ତଦାରଖ କରିବେ ବିଏମସି ଡେପୁଟି କମିଶନର। ଗାଡ଼ି ମାଧ୍ୟମରେ ବିସର୍ଜନ ସ୍ଥଳରେ ମୂର୍ତ୍ତି ପହଞ୍ଚାଇବା ଲାଗି ବି ବ୍ୟବସ୍ଥା କରାଯିବ। ଏଥିଲାଗି ରାଜଧାନୀରେ ୮ଟି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ହସ୍ତାନ୍ତର ପାଇଁ କଲ୍ୟାଣ ମଣ୍ଡପର ତାଲିକା ଜାରି ହୋଇଛି। 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।