ମୋ ଟିଭି ଓଡିଶା / ସୋର : ୦୪/୦୭/୨୪
ବାଲେଶ୍ୱର ଜିଲା ଔପଦା ଥାନା ବଦପୋଖରୀ ପଂଚାୟତ ବରପଦା ଗାଁରେ ୩ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ସେମାନନଙ୍କର ମୃତଦେହ ପାହାଡର ତିନିକିମି ଉପରୁ ମୃତଦେହକୁ ଉଦ୍ଧାର କରାଯାଇଛି। ଗତ କିଛିଦିନ ପୂର୍ବରୁ ଗୁଣିଗାରେଡିକୁ ନେଇ ଜଣେ ଯୁବକକୁ ଗାଁ ଲୋକେ ସନ୍ଦେହ କରିଥିଲେ। ହତ୍ୟାକାରୀଙ୍କ ପତ୍ନୀ ବଣକୁ କାଠ ସଂଗ୍ରହ କରିବାକୁ ଯାଉଥିବା ବେଳେ କୌଣସି କାରଣରୁ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା। ଫଳରେ ଗ୍ରାମବାସୀମାନେ ମହିଳା ଜଣଙ୍କ ଗୁଣିଗାରେଡି କରୁଥିବାରୁ ତାଙ୍କର ଆଖି ଫୁଟିଯାଇଥିବା ସନ୍ଦେହ କରିଥିଲେ। ଗତ ରବିବାର ଦିନ ସନ୍ଧ୍ୟା ସମୟରେ ଗ୍ରାମର ଜଣେ ପିଲାର ଜନ୍ମ ଦିବା ଥିବାରୁ ଦୁଇ ସାହିରେ ମଧ୍ୟରେ ଭୋଜିଭାତର ଆସର ଜମିଥିଲା। ଯାହାକୁ ନେଇ ପରବର୍ତ୍ତୀ ମୁହୂର୍ତ୍ତରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଏତେ ଉଗ୍ରରୂପ ନେଲା ଯେ କିଛି ଯୁବକ ମିଶି ଦାମ୍ପା ସିଂ କୁ ପିଟିପିଟି ହତ୍ୟା କରିଥିଲେ। ଅନ୍ୟ ଜଣେ ମହିଳା ସମ୍ବାରି ସିଂ ଏହାର ପ୍ରତିବାଦ କରିବା ସହିତ ଅନ୍ୟ ଲୋକମାନଙ୍କୁ କହିଦେବେ ବୋଲି କହିଥିଲେ। ତେଣୁ ଉକ୍ତ ଯୁବକ ମାନେ ତାଙ୍କୁ ମଧ୍ୟ ପିଟିପିଟି ହତ୍ୟା କରିଥିଲେ। ଏଥି ସହ ଗୁରୁବା ସିଂ (ଦାମ୍ପା) ପତ୍ନୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ। ପରେ ଗାଁ ରେ ଏକ ବୈଠକ ହୋଇଥିଲା। ତେବେ ଏହି ଘଟଣାକୁ କେହି କାହା ଆଗରେ ପ୍ରକାଶ କରିବେ ନାହିଁ ବୋଲି ଶପଥ ନେଇଥିଲେ ଏବଂ ଶବ ଗୁଡ଼ିକୁ ନେଇ ନିକଟସ୍ଥ ପାହାଡର ପାଞ୍ଚ କିମି ଉପରେ ଫିଙ୍ଗିଦେଇଥିଲେ।

ପରେ ସମ୍ବାରି ସିଂ ପୁଅ ଭୁବନେଶ୍ୱରରେ ରହି କାମ କରୁଥିବା ବେଳେ ତାଙ୍କ ମାଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ। ପରେ ତାଙ୍କ ମାଙ୍କ ସହିତ ଅନ୍ୟ ଦୁଇଜଣ ରବିବାର ରାତିରୁ ନିଖୋଜ ଥିବା ଜାଣିବାକୁ ପାଇଥିଲେ। ପରେ ଆଜି ଔପଦା ଥନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ସଦଳବଳେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗାଁ ୬ ଜଣ ଯୁବକଙ୍କୁ ଅଟକ ରଖିଥିଲେ। ପରେ ୪ ଯୁବକ ହତ୍ୟା କରି ଫିଙ୍ଗିଥିବା ମାନିଥିଲେ। ପୁଲିସ ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ କୁ ଆଣି ସ୍ଥାନ ଚିହ୍ନଟ କରିବା ସହିତ ମୃତ ଦେହକୁ ଉଦ୍ଧାର କରିଥିଲା। ପାହାଡିଆ ଅଂଚଳ ହୋଇଥିବାରୁ ଶବ ଗୁଡିକୁ ଏପର୍ଯ୍ୟନ୍ତ ଅଣାଯାଇପାରିନାହିଁ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।