ଆଗରପଡ଼ା,ତା୧୩/୯: ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧିନସ୍ଥ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ତୁଳସୀପୁର ଗ୍ରାମର ସୁବାସ ପଣ୍ଡା ଓ ତାଙ୍କ ପତ୍ନୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ୪ଜଣ ଦୁବୁର୍ତ୍ତ ଲୁଟି ନେଇଥିବାର ଜଣାପଡ଼ିଛି । ଖବର ପାଇ ଆଗରପଡ଼ା ପୁଲିସ ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ;ଗତ ଗୁରୁବାର ବିଳମ୍ବିତ ରାତିରେ ସୁବାସଙ୍କ ବାସଗୃହ କବାଟକୁ କେହି ଠକ୍ଠକ୍ କରୁଥିବାର ଶୁଶି ସୁବାସ କବାଟକୁ ଖୋଲିଥିଲେ । ପରେ ତତ୍କ୍ଷଣାତ ଜଣେ ମୁଖା ପିନ୍ଧା ବ୍ୟକ୍ତି ତାଙ୍କୁ ବନ୍ଧୁକ ଦେଖାଇ ଓ ହାତରେ ଗୁପ୍ତି ଧରିଥିବା ଅନ୍ୟ ଜଣେ ତାଙ୍କ ପତ୍ନୀଙ୍କୁ ଭୟଭୀତ କରାଇ ଆଲମୀରା ଚାବି କାଠି ମାଗିଥିଲେ । ଚାବିକାଠି ପାଇବା ପରେ ଅନ୍ୟ ୨ଜଣ ଦୁବୁର୍ତ୍ତ ସମସ୍ତ ସୁନା,ରୂପା ଆଦି ଗହଣା ସମେତ ଆଲମୀରାରେ ଥିବା ନଗଦ ଟଙ୍କା ନେଇ ପଲାଇଥିଲେ । ପୁଲିସ ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଦୁବୁର୍ତ୍ତଙ୍କ ପତ୍ତା ପାଇପାରିନାହିଁ । ଦୁବୁର୍ତ୍ତମାନେ ସମସ୍ତେ ମୁଖା ପିନ୍ଧିଥିବାରୁ ସେମାନଙ୍କୁ ସୁବାସ ଚିହ୍ନି ପାରିନଥିଲେ ସୁଦ୍ଧା ତାଙ୍କ କଥାବାର୍ତ୍ତାରୁ ସେମାନେ ସ୍ଥାନୀୟ ଅଂଚଳର ହୋଇଥାଇପାରନ୍ତି ବୋଲି ଅନୁମାନ କରୁଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।