ଗୁରୁପୂଜନ ଦିବସ ପାଳିତ, କଂଚା ମାଟି ପୁଣ୍ଡୁଳକୁ ସୁନ୍ଦର ପ୍ରତିମା ରୂପେ ଗଢିବାରେ ଶିକ୍ଷକଙ୍କ ଭୂମିକା ଆଲୋଚନାଚକ୍ର
ଆଗରପଡ଼ା,ତା୫/୯: ବନ୍ତ ବ୍ଳକ ସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘କଂଚା ମାଟି ପୁଣ୍ଡୁଳକୁ ସୁନ୍ଦର ପ୍ରତିମା ରୂପେ ଗଢିବାରେ ଶିକ୍ଷକଙ୍କ ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ଆଗରପଡ଼ା ସ୍ଥିତ କଳିଙ୍ଗ କଂପ୍ୟୁଟର୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜୟଶ୍ରୀ,ଲକ୍ଷ୍ମୀପ୍ରିୟା,ପୁଷ୍ପାରାଣୀ, ସ୍ନେହଲତା,କଳ୍ପନା,ରୂପଶ୍ରୀ,ତୋଫାନ,ରାଜୁ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରି ଶିକ୍ଷକମାନଙ୍କ ଦ୍ୱାରା ସମାଜରେ ସଂସ୍କାର ଆସି ପାରିବ ବୋଲି ମତବ୍ୟକ୍ତ କରିଥିଲେ । କଳିଙ୍ଗ କଂପ୍ୟୁଟର୍ସ ନିର୍ଦ୍ଦେଶକ ତଥା ସାମ୍ବାଦିକ ବିନୋଦ ଧଳ ସାମନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ପରିଚାଳନା ନିର୍ଦ୍ଦେଶିକା ତଥା ସାମ୍ବାଦିକା ମୋନାଲିସା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଚିନ୍ମୟୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜୀବନଜ୍ୟୋତି ନାଥ,ନାରାୟଣ ସାହୁ,ଚନ୍ଦନ କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।