February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିଖୋଜ ଯୁବକ ର ଗଳିତ ଝୁଲନ୍ତା ଶବ କାଜୁ ଜଙ୍ଗଲ ରୁ ଉଦ୍ଧାର, ପୋଲିସ ର ତଦନ୍ତ ଜାରି ।

କଳାହାଣ୍ଡି:୦୫/୦୪ – ୧୧ ଦିନ ପରେ ନିଖୋଜ ଥିବା ଯୁବକଙ୍କ ଗଳିତ ଶବ କାଜୁ ଜଙ୍ଗଲ ମଧ୍ୟରୁ ଉଦ୍ଧାର ହୋଇଛି। ସୂଚନା ମତେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନାଗପଡା ଗ୍ରାମର ବୈକୁଣ୍ଠ ବାଗ (୬୫) ଗତ ମାସ ୨୫ ତାରିଖ ଦିନ ଘରୁ ବାହାରି ନିଜ ଭଉଣୀ ଘର ଡାଲଗୁମା କୁ ଯିବାକୁ କହି ଆଉ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଗତ ୩୦/୩ ରେ କୋକସରା ଥାନା ରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ।

ତେବେ ଶୁକ୍ରବାର ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଛିଲିପାମାଲ ଗ୍ରାମ କୁ ଲାଗି ରହିଥିବା ଥିବା କାଜୁ ଜଙ୍ଗଲ ମଧ୍ୟରେ ଜଣେ ଯୁବକ ଙ୍କ ଗଳିତ ଶବ କାଜୁ ଗଛ ରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି କାଜୁ ସଂଗ୍ରହ କରୁଥିବା କିଛି ଶ୍ରମିକ ସ୍ଥାନୀୟ ଲୋକଙ୍କୁ କହିବା ପରେ କାଜୁ ବଗିଚା ଲିଜ ନେଇଥିବା ମାଲିକ ରାଜୁ ସାହୁ କୋକସରା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଗଳିତ ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ଆଣିଥିବା ବେଳେ ଏହି ଖବର ପାଇ ପରିବାର ଲୋକେ ଆସି ଗଳିତ ଶବ କୁ ଚିଂହ୍ନଟ କରିଛନ୍ତି।ତେବେ ଯୁବକ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ଅସ୍ପଷ୍ଟ ରହିଛି। ଏନେଇ କୋକସରା ପୋଲିସ ଏକ ଅପମୃତୁ ମାମଲା କୋକସରା ଥାନା କେଶ ନମ୍ବର ୫/୨୪ ରେ ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ଅନୀଲ କୁମାର ପାଢୀ ସୂଚନା ଦେଇଛନ୍ତି

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।