MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ହନୁମାନ ଜୟନ୍ତୀ , ହିନ୍ଦୁ ନବବର୍ଷ ମହା ବିଷୁବ ପଣା ସଂକ୍ରାନ୍ତିରେ ବୁଡ଼ାଗୁଡା ଠାରେ ହନୁମାନ ମନ୍ଦିର ପ୍ରାଙ୍ଗଣର ଘୃତ ଯଜ୍ଞ , ଅର୍ଣ୍ଣ ଯଜ୍ଞ


ଦାରିଙ୍ଗବାଡ଼ି, ୧୪/୦୪ (ସୁଶାନ୍ତ କୁମାର ସାହୁ)
ହିନ୍ଦୁ ଧର୍ମରେ ଓଡ଼ିଶାର ୧୨ମାସରେ ତେର ପର୍ବ। ସେଥିମଧ୍ୟରୁ ମହାବିଷୁବ ପଣା ସଂକ୍ରାନ୍ତି ଅନ୍ୟତମ। ଆଜି ହିନ୍ଦୁ ନବବର୍ଷ ତଥା ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ମହାବୀର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ଚଳଚଞ୍ଚଳ ଦେଖିବାକୁ ମିଳିଛି । ସକାଳୁ ସକାଳୁ ମହାବୀର ପୀଠରେ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଥିଲା । ଠାକୁରଙ୍କ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସମାପନ ହେବା ପରେ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି।

ଆଜି ପ୍ରବଳ ଭୀଡ ସହିତ ଅତ୍ୟଧିକ ଖରା ଯୋଗୁଁ ଭକ୍ତ ଶ୍ରଦ୍ଧାଳୁ ମାନେ ଧାଡିରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ପ୍ରଥମେ ଭକ୍ତ ଶ୍ରଦ୍ଧାଳୁ ମାନେ ଖଇ ପଣା ପିଇବା ସହ ପ୍ରସାଦ ସେବନ କରିଥିଲେ । ଏହାକୁ ଗ୍ରାମ୍ୟ କମିଟି ଏବଂ ବ୍ୟବସାୟ ମାନଙ୍କ ତରଫରୁ ପ୍ରଦାନ କରାଯାଇଥିଲା । ଏହି ମନ୍ଦିର ଦାଇତ୍ୱରେ ପୂଜକ ବାଲ୍ମୀକ ମାଛି ,ସଭାପତି କୁଶ ପ୍ରଧାନ,ଉପ ସଭାପତି କୈଳାସ ଚନ୍ଦ୍ର ପାତ୍ର, ସାମ୍ପାଦକ ରମେଶ ଚନ୍ଦ୍ର ଦାଣ୍ଡେସେନା, ଉପ ସମ୍ପାଦକ
ଆରତତ୍ରାଣ ଦଣ୍ଡେସେନା ,କୋଷଦକ୍ଷ ଜଗନ୍ନାଥ ବେହାରଦଳାଇ,କର୍ତା ତାରିଣୀ ପାତ୍ର ଓ ଧର୍ମ ପତ୍ନୀ ଉପସ୍ଥିତ ରହିବା ସହିତ ଗ୍ରାମର ରାଧା ପ୍ରଧାନ, ମାକାଲା ପ୍ରଧାନ, ଅନ୍ତର୍ଯ୍ୟାମୀ ପାତ୍ର ,ଗଜେନ୍ଦ୍ର ପ୍ରଧାନ ବନମାଳୀ ଦଣ୍ଡିଆ ,ବନମାଳୀ ମୁଖୀ, ନରେନ୍ଦ୍ର ପ୍ରଧାନ, ଦିଲ୍ଲୀପ ଗଉଡ଼, ନିଲାଞ୍ଚଳ ପାତ୍ର ,ରାଧାକାନ୍ତ ପାତ୍ର, ରାଜେଶ ପାତ୍ର, ଅଭିମନ୍ୟୁ ପ୍ରଧାନ,ମୃତ୍ୟୁଜୟ ପଣ୍ଡା, ରାମନାଥ ସାହୁ, ଚିଙ୍କିଲି ତ୍ରିପାଠୀ, ନାରାୟଣ ପାଇକ, ଗିଲେଶ୍ୱର ପ୍ରଧାନ, ମହେନ୍ଦ୍ର ଚନ୍ଦ୍ର ପତି, ଜିତେନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।