ସୁନ୍ଦରଗଡ (ଦେବେନ୍ଦ୍ର କୁମାର ଭିତ୍ରିଆ ) :
ସୁବର୍ଣପୁର ଜିଲ୍ଲା ରେ ଜୈନିକ ସାମ୍ବାଦିକ ଙ୍କୁ ଆଶାଳିନ ବ୍ୟବହାର ର ଘୋର ନିନ୍ଦାକରି ସୁନ୍ଦରଗଡ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ କ୍ଷୋଭ ପ୍ରଦର୍ଶନ ।

ଆଜି ନଭେମ୍ବର 6 ତାରିଖ ବୁଧବାର ପୂର୍ବାହ୍ନ 11:15 ମିନିଟ ସମୟରେ DRDA ଛକରେ ସୋନପୁର ସଦର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ News -7 ସାମ୍ବାଦିକ ଧିରେନ୍ଦ୍ର ଦାନିଙ୍କୁ ମାଡ ପ୍ରତିବାଦରେ ସୁନ୍ଦରଗଡ଼ ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମ୍ପୃକ୍ତ ବି ଡି ଓ ଗିରଫ ଦାବି କରିଛି । ଏହି ମର୍ମ ରେ ସୁନ୍ଦରଗଡ ଜିଲ୍ଲାପାଳ ଙ୍କ ଜରିଆ ରେ ରାଜ୍ୟ ଆଇନ ମନ୍ତ୍ରୀ ଙ୍କୁ ଏକ ଜ୍ଞାପନ ଦିଆଯାଇଛି ।

ଜଣେ ସାମ୍ବାଦିକଙ୍କୁ ସରକାରୀ ବାବୁ ହାତ ଉଠାଇବା ଘଟଣାକୁ ସୁନ୍ଦରଗଡ଼ ସାମ୍ୱାଦିକ ମାନେ ନିନ୍ଦା କରିବା ସହ ତାଙ୍କର ଗିରଫ ଦାବି କରିଛନ୍ତି । କେବଳ ସେତିକି ନୁହେଁ ସୁବର୍ଣପୁର ପୋଲିସ ର କାର୍ଯ୍ୟନୁଷ୍ଠାନ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି । ଏପରିକି ସୁବର୍ଣ୍ଣପୁର ବା ସୋନପୁର ଥାନା ଅଧିକାରୀ ସୋନପୁର ଏସ୍ ଡି ପି ଓ ଓ ଏସପିଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଦାବି କରିଛି । ଏହା ସହ ଆଇନ୍ ମନ୍ତ୍ରୀଙ୍କୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ତୁରନ୍ତ ଆଇନ ପାରିତ କରିବା ନେଇ ଦାବି କରୁଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।