MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଘରୋଇ ଯାତ୍ରୀବାହୀ ବସ ସହ ପିକଅପର ମୁହାଁମୁହିଁ ଧକ୍କା: ୨୦ ଆହତ :୩ ଗୁରୁତର


କନ୍ଧମାଳ, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ) :

କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବରପଦା ଶଙ୍ଖିକଟା ଶାଳ ବଣ ବୁଲାଣି ନିକଟରେ ଘରୋଇ ଯାତ୍ରୀବାହୀ ବସ୍‌ ସହିତ ଏକ ପିକଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଜଣ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଅଛନ୍ତି। ଗୁରୁତର ହୋଇଥିବା ୩ ଜଣ ବସ୍‌ର ହେଲପର୍ ସିବିର ପ୍ରଧାନ, ବିଗ୍ନେ ବେହେରା ଓ ପ୍ରତିମା ନାୟକ ବୋଲି ଜଣାପଡ଼ିଛି l ସୂଚନା ମୁତାବକ, ଏସ୍‌କଟ ନାମକ ଘରୋଇ ଯାତ୍ରୀବାହୀ ବସ୍‌ ଦାରିଙ୍ଗବାଡିରୁ ଭାୟା ବାଲିଗୁଡା ଦେଇ ଫୁଲବାଣୀ ଆସୁଥିଲା । ଆସିବା ବାଟରେ ସଦର ଥାନା ଅନ୍ତର୍ଗତ ବରପଦା ଶଙ୍ଖିକଟା ଶାଳ ବଣ ବୁଲାଣି ନିକଟରେ ଫୁଲବାଣୀରୁ ଫିରିଙ୍ଗିଆ ଆଡକୁ ଯାଉଥିବା ଏକ ପିକଅପ୍‌ ଭ୍ୟାନ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ଥିଲା। ବସ୍‌ର ହେଲପର୍ ସିବିର ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଛି ପୁଲିସ। ଅନ୍ୟ ଦୁଇ ଗୁରୁତର ବିଗ୍ନେ ବେହେରା ଓ ପ୍ରତିମା ନାୟକ ଙ୍କ ସମେତ ଆହତ ମନେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।