କଳାହାଣ୍ଡି:୩୦/୦୪(ସନତ ପ୍ରଧାନୀ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖଲିଆକାନି ଛକ ଠାରେ ମଙ୍ଗଳବାର ସନ୍ଧ୍ୟା ୬ ଟା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମଧ୍ୟରେ ଧକ୍କା ହେବାରୁ ୨ ବାଇକକୁ ଆରୋହୀ ଗୁରୁତର ହୋଇଥିଲେ। ସୂଚନା ଅନୁସାରେ ଖଲିଆକାନି ଗ୍ରାମର ତ୍ରିଲୋଚନ ମାଝୀ ଏବଂ ତୁଳସୀରାମ ନାଏକ ଖମାର ବାଇକ ଯୋଗେ କୁଳର ନେଇ ନିଜ ଘର ଖଲିଆକାନି କୁ ନେଉଥିବା ବେଳେ ଜଣେ ଅଜଣା ବାଇକ ଚାଳକ ଓଭରଟେକ କରିବାକୁ ଯାଇ ପଛପଟୁ ବାଇକ କୁ ଧକ୍କା ଦେବାରୁ ଦୁଇ ବାଇକ ଆରୋହୀ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ହେବାରୁ ଅଞ୍ଚଳବାସୀ ଘଟଣା ସ୍ଥଳକୁ ପହଞ୍ଚି 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବାରୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରି ଚିକିତ୍ସିତ କରିଥିଲେ। ଦୁର୍ଘଟଣା ରେ ତୁଳସୀରାମ ଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତ୍ରିଲୋଚନଙ୍କ ବାମ ଗୋଡ଼ ରେ ଗଭୀର ଆଘାତ ଲାଗି ଲାଗିଛି।ଉଭୟ ଗୁରୁତର ବର୍ତ୍ତମାନ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି।
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ୨ ବାଇକ ଆରୋହୀ ଗୁରୁତର ।

More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ