ମୋଟିଭି ଓଡିଶା : ସମ୍ବଲପୁର: ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଚଳିତ ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଥିଲାବେଳେ ଜାତୀୟସ୍ତରରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ରାଜ୍ୟରେ ୨ ପ୍ରମୁଖ ଦଳ ବିଜେପି ଓ ବିଜେଡିର ହେଭିୱେଟ ନେତାମାନଙ୍କ ମଧ୍ୟରେ ଏଠାରେ ଲଢ଼େଇ ହେଉଥିବାବେଳେ ନେତାମାନେ ଜନତାଙ୍କ ପ୍ରିୟଭାଜନ ହେବା ପାଇଁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି। କିନ୍ତୁ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରରେ ନେତାମାନେ ପରସ୍ପରର ବିରୋଥୀ ହେଲେ ମଧ୍ୟ ପରସ୍ପରକୁ ସମ୍ମାନ ଦେଇଥାନ୍ତି ଏବଂ ଏହାର ଉଦାହରଣ ସମ୍ବଲପୁରଠାରେ ଦେଖିବାକୁ ମିଳିଛି।

ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ପୂଜାର୍ଚ୍ଚନା ପରେ ଅପରାହ୍ନ ୪ଟାରେ ଥାଳ ଉଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଶିବ ଓ ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ଓ ଜନତାଙ୍କ ପ୍ରିୟଭାଜନ ହେବା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡିର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ବିଜେପିର ସମ୍ବଲପୁର ବିଧାନସଭା ଆସନ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ବିଜେଡିର ଇଂ ରୋହିତ ପୂଜାରୀ ପହଞ୍ଚିଥିଲେ। ବାଲୁଙ୍କେଶ୍ୱର ମନ୍ଦିରକୁ ପ୍ରବେଶ କରିବା ସମୟରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ ସାମ୍ନାସାମ୍ନି ହୋଇଥିବାବେଳେ ଉଭୟେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ଆଲିଙ୍ଗନ କରିଥିଲେ। ଗଣତନ୍ତ୍ରରେ ଏହି ମନମୋହକ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିବା ସହିତ ଏହାକୁ ଉଚ୍ଚ ପ୍ରଶଂସା କରିଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।