ମୋଟିଭି ଓଡ଼ିଶା ଫୁଲବାଣୀ,୨୬/୭(ସୁଶାନ୍ତ କୁମାର ସାହୁ ,ସୁଶାନ୍ତ ଦିଗାଲ):
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ର ସଭାଗୃହ ଠାରେ ପଞ୍ଚାୟତ ୱାର୍ଡ ସଭ୍ୟ ଓ ସଭ୍ୟା ମାନଙ୍କ ଏକ ଦିବସୀୟ ପୁନଃ ନବୀକରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି I ତେବେ ଓଡିଶା ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଓ ପଞ୍ଚାୟତି ରଜ ବିଭାଗ ଏହାର ପ୍ରୟୋଜକ ରହିଥିବା ବେଳେ ଜିଲ୍ଲାପରିଷଦ କନ୍ଧମାଳର ସଂଯୋଜନାରେ ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଫିରିଙ୍ଗିଆ ଆୟୋଜନ କରିଥିଲେ I ତେବେ ଫିରିଙ୍ଗିଆ ବ୍ଲକ ରେ କାର୍ଯ୍ୟରତ ଭାରପ୍ରାପ୍ତ ଜିପିଓ ତ୍ରିଲୋଚନ ଖମାରିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଅନୁପ ଅଭିଷେକ ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ଏସଏଇଆରଡି ଭୁବନେଶ୍ୱରର ବିଶ୍ୱରଞ୍ଜନ କର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଜିଲ୍ଲା ସଂଯୋଜକ ସନ୍ଧ୍ୟାରାଣୀ ନାଏକ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିବା ବେଳେ ବ୍ଲକ ର ସିପି ମହେଶ୍ୱତା ସାହୁ, ପିଇଓ ଅମରେଶ ପ୍ରସାଦ ରଥ, ପିଇଓ ଶୋଭନ ଦାଶ , ଏପିଓ ସୁମନ୍ତ କୁମାର ଉଠାଣ ସିଂ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ I ତେବେ କାର୍ଯ୍ୟକ୍ରମ ଟି ପାଞ୍ଚଦିନ ଧରି ଚାଲିବାକୁ ଥିବା ବେଳେ ଉଦଯାପନୀ ଦିନ ବ୍ଲକ ର ସମୁଦାୟ ପାଞ୍ଚଟି ପଞ୍ଚାୟତ ବାଲନ୍ଦାପଡା, ଲୁଇସିଂ, ଶଲାଗୁଡା ଓ ଫିରିଙ୍ଗିଆ ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ରହି ତାଲିମ ନେଇଥିଲେ I ଅନ୍ୟପଟେ କାର୍ଯ୍ୟକ୍ରମ ରେ ପଞ୍ଚାୟତିରାଜ ବ୍ୟବସ୍ଥା ରେ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ଭୂମିକା, ଗ୍ରାମପଞ୍ଚୟତ ମାନଙ୍କ ର ବିକାଶ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ପିଏମ ଜନମନ, ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା, ପ୍ରାକୃତିକ ବିପର୍ଯ୍ୟୟ ସହ ପଞ୍ଚାୟତ ଅଧୀନରେ ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ବିଷୟରେ ତାଲିମ ଦିଆଯାଇଥିଲା I ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ର ଶେଷରେ ବ୍ଲକ ରେ କାର୍ଯ୍ୟରତ ପେସା ସଂଯୋଜକ ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।