MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରଥଯାତ୍ରାରେ ସାମିଲ୍ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l

ମୋ ଟିଭି ଓଡିଶା / ପୁରୀ :

ରଥଯାତ୍ରାରେ ସାମିଲ୍ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ମିନିଟ୍ ଟୁ ମିନିଟ୍ ସିଡୁଲ୍ ପ୍ରକାଶ ପାଇଛି । ରଥଯାତ୍ରା ଦିନ ଅର୍ଥାତ ଆସନ୍ତା ୭ ତାରିଖରେ ମହାମହିମ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଦିନ ୧୧ ଟାରେ ପୁରୀ ସମଙ୍ଗରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଯିବେ । 

ରାଜଭବନରେ ପ୍ରାୟ ଅଧଘଣ୍ଟା ବିଶ୍ରାମ ନେଇ ଦିନ ୧୧. ୫୦ ରେ ଶ୍ରୀମନ୍ଦିର ଅଭିମୁଖେ କାରକେଟ୍ ଯୋଗେ ବାହାରିବେ । ଦିନ ୧୨ ଟାରେ ଶ୍ରୀମନ୍ଦିର ନିକଟରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ଅର୍ଥାତ ଦିନ ୧ ଟା ପର୍ଯ୍ୟନ୍ତ ରଥଯାତ୍ରାରେ ସାମିଲ ହେବେ । ଅପରାହ୍ନ ୧ ଟାରେ ରାଷ୍ଟ୍ରପତି ରାଜଭବନ ପ୍ରତ୍ୟାବର୍ତ୍ତନ କରି ଭୁବନେଶ୍ୱର ଅଭିମୁଖେ ବାହାରିବେ ।

ରଥଯାତ୍ରା ଦିନ ପ୍ରବଳ ଭକ୍ତଙ୍କ ସମାଗମ ହେବ ।  ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଗତକାଲି ପୋଲିସ ଡିଜି ଅରୁଣ ଷଡଙ୍ଗୀ କହିଛନ୍ତି । 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।