ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ) : ୦୨/୧୧/୨୪
ଦିନକୁଦିନ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଥିବା ବେଳେ ବନ୍ୟଜନ୍ତୁ ଜଙ୍ଗଳ ଛାଡି ଜନବସତି ମୁହାଁ ହେବାରେ ଲାଗିଛନ୍ତି। ଶୁକ୍ରବାର ଦିନ ଏକ ୫ ଟିକିଆ ହାତୀ ପଲ ଉଜଳପୁର ରେଂଜ କିଞ୍ଜିରକେଲା ସେକ୍ସନ କୁସୁମମରା ବିଟ୍ ଅନ୍ତର୍ଗତ ଢେକିଗଡ଼ା ଗ୍ରାମ ନିକଟରେ ଦେଖିବାକୁ ମିଳିଛି ।
ହାତୀପଲ ଗ୍ରାମ ବାସି ମାନେ ବନବିଭାଗ କୁ ସୁଚନା ଦେଇଥିଲେ ସୂଚନା ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଜଙ୍ଗଲକୁ ଘଉଡ଼ାଇବା ସହ ହାତୀ ପଲର ଗତି ବିଧି ଉପରେ ନଜର ରଖିଛନ୍ତି। ବର୍ତ୍ତମାନ୍ ଚାଷୀଙ୍କ ଧାନଚାଷ ଅମଳ କରିବାର ସମୟ ପ୍ରାୟ ସବୁ ଅଞ୍ଚଳର ବିଲ ମାନଙ୍କରେ ଧାନ ରହିଛି । ପ୍ରାୟ ପ୍ରତ୍ୟେକ ଦିନ ଧାନ ଚାଷକୁ ନଷ୍ଟ କରୁଛନ୍ତି ଏହି ହାତୀ ପଲ ।
ଏହି ଅଞ୍ଚଳରେ ପ୍ରାୟ ପ୍ରତ୍ୟେକ ଦିନ ବନ ବିଭାଗର ଏକ ଟିମ୍ ପହଞ୍ଚି ହାତୀ ପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ହାତୀ ପଲ ଅନ୍ୟ ଅଞ୍ଚଳକୁ ଯାଉନାହାନ୍ତି କେତେବେଳେ ହାତୀ ଅନ୍ୟ ସ୍ଥାନକୁ ଚାଲି ଯାଉଥିବା ବେଳେ ପୁଣି କେତେବେଳେ ସେହି ସ୍ଥାନକୁ ଫେରି ଆସି ପୁଣି ଗାଁ ମୁହାଁ ହେଉଛନ୍ତି । କେତେବେଳେ ଜେ ହତୀ ପଲ ଗାଁ କୁ ଚାଲି ଆସିବେ ସେଇ ଭୟରେ ଶାନ୍ତିରେ ଶୋଇପାରୁନାହାନ୍ତି ଅଞ୍ଚଳବାସୀ । ବନବିଭାଗ ହାତୀ ପଲଙ୍କୁ ଘଉଡ଼ାଇବାକୁ ଜେତେ ଚେଷ୍ଟା କଲେ ମଧ୍ୟ ହାତୀ ଅଞ୍ଚଳ ଛାଡ଼ି ଯାଉନଥିବା ଜଣାପଡିଛି।
More Stories
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।
ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ ।