February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ହକି ତାରକା ଅମିତ ରୋହିଦାସଙ୍କୁ ଜନ୍ମମାଟି ସଉନାମରlରେ ସ୍ଵାଗତ l



ମୋ ଟିଭି ଓଡିଶା / ସୁନ୍ଦରଗଡ ( ଦେବେନ୍ଦ୍ର କୁମାର ଭିତ୍ରୀୟା ) :୨୨/୦୮:

ପ୍ୟାରିସ ଅଲମ୍ପିକ ରେ ଭାରତ ଦଳ ପଦକ ଜିତିବା ପରେ ଆଜି ହକି ତାରକା ତଥା ଅଲମ୍ପିୟନ ଅମିତ ରୋହିଦାସ ନିଜ ଜନ୍ମ ମାଟି ସୁନ୍ଦରଗଡ କୁ ଫେରିଛନ୍ତି ।

ବାଲିଶଙ୍କରl ବ୍ଲକ ଅନ୍ତର୍ଗତ ସଉନାମରl ଗ୍ରାମର ପୁଅ, ହକି ତାରକା ଅମିତ ରୋହିଦାସଙ୍କୁ ତାଙ୍କ ଜନ୍ମମାଟି ରେ ମହା ଆଡମ୍ବର ସହକାରେ ସ୍ୱାଗତ କରାଯାଇଛି ।

ପାରମ୍ପାରିକ ଗୀତ ନାଚ ସହ ସ୍ୱାଗତ କଲେ ଗ୍ରାମବାସୀ । ଭାରତୀୟ ହକି ଦଳ ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ ପ୍ରଥମ ଥର ପାଇଁ ଅମିତ ନିଜ ଜନ୍ମଭୂମି ସଉନାମରା ଗ୍ରାମକୁ ଆସିଛନ୍ତି । ଅମିତଙ୍କୁ ସ୍ୱାଗତ କରିବା ପାଇଁ ପରିବାର ଲୋକଙ୍କ ସହିତ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ସ୍ଵାଗତ କରିଥିଲେ ।

ଅମିତ ପ୍ୟାରିସ ଅଲମ୍ପିକରେ ପାଇଥିବା ବ୍ରୋଞ୍ଜ ପଦକଟି ନିଜ ମାଁଙ୍କୁ ପିନ୍ଧାଇ ଖୁସି ବାଣ୍ଟି ଥିଲେ । ଗ୍ରାମବାସୀଙ୍କ ତରଫରୁ ଏକ ସାଧାରଣ ସଭାର ମଧ୍ୟ ଆୟୋଜନ କରାଯାଇ ଅମିତ କୁ ପାରମ୍ପାରିକ ରିତୀନିତୀ ରେ ସମ୍ଭର୍ଦ୍ଧିତ କରାଯାଇଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।