February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ହକି ତାରକା ଅମିତ୍ ରୋହିଦାସ ଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା


ମୋ ଟିଭି ଓଡିଶା / ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ )


ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଆଜି ଆନୁଷ୍ଠାନିକ ଭାବେ ହକି ତାରକା ଅଲମ୍ପିୟାଡ ଅମିତ୍ ରୋହିଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଛି । ଆଜି ସୁନ୍ଦରଗଡ଼ରେ ହକି ତାରକା ଅମିତ୍ ପହଞ୍ଚିବା ପରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ତାଙ୍କୁ ସ୍ଵାଗତ କରିବା ସହ ଆନନ୍ଦରେ ପାଛୋଟି ନେଇଥିଲେ ।

ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ରଙ୍ଗାରଙ୍ଗ ଶୋଭାଯାତ୍ରାରେ ଅମିତ୍ ଙ୍କୁ ଏକ ସୁସଜ୍ଜିତ ଜିପ୍ ଗାଡିରେ ସୁନ୍ଦରଗଡ଼ ସହର ପରିକ୍ରମା କରାଯାଇଥିଲା । ସହର ପରିକ୍ରମା ସମୟରେ ସୁନ୍ଦରଗଡ ସହର ର ବିଭିନ୍ନ ସ୍ଥାନରେ କଳସ ବସାଇ ତଥା ଅମିତ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସହର ବାସୀ ନିଜ ନିଜ ଢଙ୍ଗରେ ସ୍ୱାଗତ କରଥିଲେ । ପାରମ୍ପରିକ ନୃତ୍ୟର ତାଳେ ତାଳେ ଏହି ଶୋଭାଯାତ୍ରା କରାଯାଇଥିଲା ।

ପରେ ଶୋଭାଯାତ୍ରା ବିକାଶ ଭବନରେ ପହଞ୍ଚିବା ପରେ ଜିଲ୍ଲା ସ୍ଥରୀୟ ସମ୍ଭର୍ଦ୍ଧନା ଉତ୍ସବର ପ୍ରାରମ୍ଭ କରାଯାଇଥିଲା । ଏହି ସମ୍ଭରିଦ୍ଧନା ସଭାରେ ଅମିତ ତାଙ୍କର ହକି ଜିବନ ଯାତ୍ରା ତଥା ପ୍ୟାରିସ ଅଲମ୍ପିକ ର ଅନୁଭୁତି କୁ ଉପସ୍ଥିତ ଛାତ୍ରଛାତ୍ରୀ, ଖଳ ପ୍ରେମି ଓ ଜନସାଧରଣ ଙ୍କ ସହ ବାଣ୍ଟିଥିଲେ । ତେବେ ଅମିତଙ୍କର ଏହି ସଫଳତା ସାରା ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛି ବୋଲି ସହରବାସୀ କହିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।