MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୁଭଦ୍ରା ଯୋଜନାରେ କେମିତି ପାଇବେ ୫୦ହଜାର;

ମୋଟିଭି ଓଡିଶା ବ୍ୟୁରୋ :

ଓଡ଼ିଶାରେ ନୂଆ ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ବଡ ଘୋଷଣା କରାଯାଇଛି। ୪ଟି ପ୍ରସ୍ତାବ ମଧ୍ୟରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ହେଉଛି ବଡ ଘୋଷଣା। ଆଗାମି ୧୦୦ଦିନ ଭିତରେ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା। ତେବେ ଏହି ଯୋଜନା କଣ ଏବଂ ମହିଳାମାନେ କିଭଳି ୫୦ହଜାର ପାଇବେ ଓ କାର୍ଯ୍ୟକାରୀ କରିବେ ଚାଲନ୍ତୁ ଜାଣିବା। . . .


ବିଜେପି ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନା ଲାଗୁ କରାଯିବ। ବର୍ତ୍ତମାନ ଏହା ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଭଦ୍ରା ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି। ଓଡ଼ିଶାରେ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର କ୍ୟାସ ଭାଉଚର ମିଳିବ। ୨ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ। ଏହି ଯୋଜନାରେ ଆପଣ ଚାହିଁଲେ ଉଭୟ ଅନଲାଇନ୍‌‌ ଓ ଅଫଲାଇନରେ ଆବେଦନ କରିପାରିବେ। ବିବାହିତ ମହିଳାମାନେ ଏହି ଯୋଜନାରେ ସାମିଲ ହୋଇ ୫୦ହଜାର ଟଙ୍କାର କୁପନ୍‌‌ ପାଇପାରିବେ। ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ମହିଳାଙ୍କୁ ସଶକ୍ତ କରିବା ଏବଂ ସମାଜରେ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା।


ଏହି ଯୋଜନାରେ ଆବେଦନ କରିବା ପାଇଁ ସବୁ ଡକ୍ୟୁମେଣ୍ଟ ଯେପରିକି ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ୍‌‌ ନମ୍ବର, ପାସପୋର୍ଟ ଫଟୋ, ଇନକମ୍‌‌ ସାର୍ଟିଫିକେଟ, ରାସନ କାର୍ଡ ଆଦି ଆବଶ୍ୟକ। ଯଦି ଆପଣ ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ଓଡ଼ିଶାର ବାସିନ୍ଧା ହୋଇଥିବା ଆବଶ୍ୟକ। କେବଳ ବିବାହିତ ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ। ମହିଳାଙ୍କ ବୟସ ୨୩ରୁ ୫୯ବର୍ଷ ହୋଇଥିବ। ଗୁରୁତ୍ୱପୂର୍ଣ୍ଣା କଥା ହେଲା ସରକାରୀ ଚାକିରି କରିଥିବା ମହିଳା ଏହି ଯୋଜନାରେ ଲାଭ ପାଇବେନାହିଁ। ପରବର୍ତ୍ତୀ ସମୟରେ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ। ଯୋଜନା କାର୍ଯ୍ୟକାରୀ ନେଇ ଖୁବଶୀଘ୍ର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡଲାଇନ୍‌‌ ଜାରି କରାଯିବ ବୋଲି ସୂଚନା ମିଳିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।