February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ହାତ ଛାଡି ଶଙ୍ଖ ଫୁଙ୍କିଲେ ଶତାଧିକ କଂଗ୍ରେସ କର୍ମୀ ।

କଳାହାଣ୍ଡି : ୨୯/୦୪ : ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ଏବେ ଘଡିକୁ ଘୋଡା ଛୁଟୁଛି। ତିନି ପ୍ରମୁଖ ଦଳର ନିଜ ମାରାଥନ ପ୍ରଚାରକୁ ଜୋରଦାର କରିଛି। ଅନ୍ୟପଟେ କର୍ମୀଙ୍କ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ଗତମୁଣ୍ଡା ଠାରେ ବିଜେଡିର ନିର୍ବାଚନ ସଭାରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ଥିବା ଜଣାପଡିଛି।

ଧର୍ମଗଡ ନିର୍ବାଚନ ମଣ୍ଡଳୀର ଆଗ ଧାଡି କର୍ମୀ ମାନେ ଦଳ ଛାଡି ବିଜେଡିରେ ଯୋଗ ଦେବା କଂଗ୍ରେସ ପାଇଁ ଶକ୍ତ ଧକ୍କା ଲାଗିଛି। ଇତି ପୂର୍ବରୁ କଂଗ୍ରେସର ପ୍ରଥମ ପର୍ଯ୍ୟାୟରେ ଓବିସି ନେତା ଡାକେଶ୍ୱର ଲହଜଳ ସମେତ ପ୍ରମୋଦ ହଂସ, ଅଜୟ ପୁଝାରି, କ୍ଷେତ୍ରବନ୍ତ ସତନାମୀ, ମମତା ଗୋପାଳ, ଜଗନ୍ନାଥ ସତନାମୀ , ପୂର୍ଣ୍ଣମୀ ମାଝୀ ପ୍ରମୁଖ ଦଳ ଛାଡି ଥିବା ବେଳେ ଦ୍ଵିତୀୟ ପଯ୍ୟାୟରେ ରାଜେନ୍ଦ୍ର ନାଏକ, ରତନ ନାଏକ, ମନ୍ମଥ ମାଝୀ, ଗଣେଶ ଭାଟି, ଖୀରମୋହନ ପଟେଲ ଓ ରଜନୀ ସରାଫ ପ୍ରମୁଖ କଂଗ୍ରେସ ଛାଡି ବିଜେଡି ହାତ ଧରିଛନ୍ତି।

ଗୋତମୁଣ୍ଡା ଠାରେ ଭି କେ ପାଣ୍ଡିଆନଙ୍କ ନିର୍ବାଚନ ସଭାରେ ଶତାଧିକ କଂଗ୍ରେସ କର୍ମୀ ବିଜେଡି ଦଳରେ ସାମିଲ ହୋଇଛନ୍ତି। ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସନ୍ତୋଷ ପାଢ଼ୀ, ପୂର୍ବତନ ଜିଲ୍ଲା ଉପସଭାପତି ଖଗେଶ୍ୱର ନାଏକ ,ଧର୍ମଗଡ ନଗର ସଭାପତି ଦୁଃଖ କାଣ୍ଡ,ପୂର୍ବତନ ନଗର ଅଧ୍ୟକ୍ଷ ଅକ୍ଷୟ ନାଏକ , ବ୍ରାହ୍ମଣଛେଣ୍ଡିଆ ସରପଞ୍ଚ ମନୋଜ ନାଏକ, ଗଡ଼ିଆଯୋର ସରପଞ୍ଚ ଉଦିତ ନାଏକ , ମୁକେଶ ଲହଜଳ ସମେତ ୨ଶହରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଡାକେଶ୍ୱର ଲହଜଳ ପ୍ରମୁଖ କର୍ମିଙ୍କୁ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବର୍ତ୍ତମାନ ନିର୍ବାଚନ ମାହଲ ଥିବା ବେଳେ କଂଗ୍ରେସରୁ ଜଣେ ପରେ ଜଣେ ଦଳ ଛାଡିବା କଂଗ୍ରେସ ପାଇଁ ମହଙ୍ଗା ପଡିବା ସମ୍ଭାବନା ଅଧିକ ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।