MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଶ୍ୱ ପର୍ଯ୍ୟଟନ ଦିବସରେ ଶହ ଶହ ପ୍ଲାଷ୍ଟିକ ଓ କାଚ ବୋତଲ : ଚିନ୍ତାରେ ପରିବେଶବିତ୍‌

ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି। ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସମେତ ବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳକୁ ସଫା କରାଯାଇଛି।

ଚାରିଆଡ଼େ ଖାଲି କୁଢ଼କୁଢ଼ ପ୍ଲାଷ୍ଟିକ୍‌ ଓ କାଚ ବୋତଲ ଦେଖିବାକୁ ମିଳିଥିଲା । ଡୁଲୁରୀ ପାଇନ ବଣରେ ଏଣେ ତେଣେ ସର୍ବାଧିକ ଶହଶହ ସଂଖ୍ୟାରେ ମଦ ବୋତଲ ପଡ଼ିଥିବା ଦେଖି ସଫେଇ କରୁଥିବା ମିଶନ ଶକ୍ତିର ମହିଳା ମାନେ ତାଜୁବ ହୋଇଯାଇଥିଲେ। ଯେଉଁ ମହିଳା ମାନେ ଅଞ୍ଚଳରେ ଚୋରା ମଦ କାରବାରକୁ ରୋକିବା ପାଇଁ ପ୍ରୟାସ କରିବା ବିରୋଧ କରି ଆସୁଛନ୍ତି, ଆଜି ସେମାନେ ବିଶ୍ୱ ପର୍ଯ୍ୟଟନ ଦିବସରେ ଏଭଳି ସଫେଇ ବେଳେ ଏତେ ସଂଖ୍ୟାରେ ଖାଲି ମଦ ବୋତଲ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି।

ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍‌। ସେମାନେ ପର୍ଯ୍ୟଟକଙ୍କୁ ଏଭଳି ଏଣେ ତେଣେ ନ ପକାଇ ଗୋଟିଏ ସ୍ଥାନରେ ପ୍ଲାଷ୍ଟିକ ଓ ଖାଲି ବୋତଲ ପକାଇବାକୁ ନିବେଦନ କରିଛନ୍ତି। କଫି ବଗିଚା ଡୁଲୁରୀ ପିକ୍‌ନିକ୍‌ ସ୍ପଟ୍‌, ବସ୍‌ଷ୍ଟାଣ୍ଡ ସମେତ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଥିବା ପର୍ଯ୍ୟଟନ କ୍ଷେତ୍ର ଓ ବଜାର, ରାସ୍ତାଘାଟ ସଫେଇ କରାଯାଇ ଥିଲା l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।