ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ମଧ୍ୟରେ ଠେଲାପେଲା। ବିଜେଡି ଯୁବନେତ୍ରୀ ଇପସିତା ସାହୁଙ୍କୁ ଆକ୍ରମଣ କରିଛନ୍ତି ଅନ୍ୟ ଜଣେ ମହିଳା । ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ତ ହୋଇଥିବା ନେଇ ସୂଚନା ରହିଥିଲା । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏପରି ଘଟଣା ଘଟିଛି ।
ସମସ୍ତେ ମହିଳାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ବିଜେଡିର ମହିଳା ଗୋଷ୍ଠୀ କାହିଁକି ଇପ୍ସିତା ସାହୁଙ୍କୁ ଆକ୍ରମଣ କଲେ ତାହା ଜଣାପଡିନାହିଁ । ରାଜ୍ୟରେ ବିଜେଡି ସରକାର ହରାଇବା ପରେ ଏମିତି ଘଟଣା ପ୍ରଥମଥର ପାଇଁ ଦେଖିବାକୁ ମିଳିଛି । କେବଳ ଏହି ଘଟଣା ନୁହେଁ ଅନେକ ସ୍ଥାନରେ ବିଜେଡିରେ ଫାଟ ଦେଖିବାକୁ ମିଳିଛି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।