ମୁଁ ବି ଠକେଇର ଶିକାର ହୋଇଛି । ଥରେ ନୁହେଁ ଦୁଇ ଦୁଇ ଥର ଠକେଇର ଶିକାର ହୋଇଛି । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ୟ୍ୟକ୍ରମରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେ କହିଛନ୍ତି, ଯେଉଁମାନେ ୨୦୧୯ ମସିହାରେ ବିଭିନ୍ନ ସଂସ୍ଥାରେ ପଇସା ରଖିଥିଲେ, ନିଶ୍ଚିତ ଭାବରେ କେହି ନା କେହି ଚିଟଫଣ୍ଡର ଶିକାର ହୋଇଥିବେ। ମୁଁ ମଧ୍ୟ ଚିଟଫଣ୍ଡ ଠକେଇର ଶିକାର ହୋଇଛି। ବିଭିନ୍ନ ଲୋଭ ଦେଖାଇ ଟଙ୍କା ରଖିବାକୁ ରାଜି କରାଉଥିଲେ, ପରେ ଠକାମୀରେ ଶିକାର ହେବାକୁ ପଡ଼ୁଥିଲା। ମୁଁ ୨ଟି ସଂସ୍ଥାରେ ଠକାମୀରେ ଶିକାର ହୋଇଛି। ୧୯୯୦ ଓ ୨୦୦୨ ମସିହାରେ ଦୁଇଥର ଠକେଇର ଶିକାର ହୋଇଥିଲି। ଗୋଟିଏ ସରକାରୀ ଓ ଗୋଟିଏ ବେସରକାରୀ ସଂସ୍ଥାରେ ଠକେଇରେ ଶିକାର ହୋଇଥିଲି। ଟଙ୍କା ଯୋଗାଡ଼ କରି ଦେଇଥିଲି, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା। ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଠକ ସଂସ୍ଥାମାନଙ୍କୁ ଉତ୍ତର ଦାୟୀ କରିବା ପାଇଁ ୧୯୮୬ ମସିହାରେ ଯେଉଁ ଆଇନ ତିଆରି ହେଇଥିଲା, ସେ ଆଇନଟି ଯଥେଷ୍ଟ ଉପଯୋଗୀ ହେଲା ନାହିଁ। ଚିଟଫଣ୍ଡ ଠକେଇରେ ଶିକାର ହୋଇଥିବା ଲୋକମାନଙ୍କୁ ସୁରକ୍ଷା ଦେଇପାରିଲା ନାହିଁ। ୧୯୮୬ ମସିହାରେ ତିଆରି ହୋଇଥିବା ଆଇନରେ ବହୁତ ଗଳା ବାଟ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଳାବାଟକୁ ବନ୍ଦ କରିଦେଲେ। ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରିବା ପରେ ସଂସଦରେ ନୂଆ ‘ଉପଭୋକ୍ତା ଆଇନ ୨୦୧୯’ ଆଲୋଚନା ହେଲା। ପରେ ଏହି ଆଇନ ସଂସଦରେ ପାରିତ ହେଲା। ୨୦୨୦ ଜୁଲାଇ ୨୦ ତାରିଖରେ ରାଷ୍ଟ୍ରପତି ଦ୍ୱାରା ସ୍ୱାକ୍ଷରିତ ହେବା ପରେ ବର୍ତ୍ତମାନ ସାରା ଦେଶରେ କାର୍ୟ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।