ପୂର୍ବତନ ଆଇଏଏସ ଭି କାର୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତିକେୟନ ପାଣ୍ଡିଆନ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି।
ନିର୍ବାଚନ ପରେ ବିଜେଡିର ଶୋଚନୀୟ ପରାସ୍ତ ପରେ ଓ ଭି କାର୍ତିକେୟନ ପାଣ୍ଡିଆନଙ୍କୁ ପ୍ରତିଟି ସ୍ଥରରେ ସମାଲୋଚନା ପରେ, ଆଇଏଏସ ପତ୍ନୀ ସୁଜାତା କାର୍ତିକେୟନ ପାଣ୍ଡିଆନ ଗତ ମେ’ ମାସ ୩୧ରୁ ୬ ମାସ ଅର୍ଥାତ ନଭେମ୍ବର ୨୬ ଯାଏଁ ଛୁଟି ନେଇଥିଲେ ଏବଂ ରାଜ୍ୟ ସରକାର ମଧ୍ୟ ତାହା ମଂଜୁର କରିଥିଲେ। ଇତି ମଧ୍ୟରେ ୬ ମାସ ପରେ ଆଇଏଏସ ସୁଜାତା ପୁଣି ଗତକାଲି ୬ ମାସ ପାଇଁ ବର୍ଦ୍ଧିତ ଛୁଟି ପାଇଁ ଆବେଦନ କରିଥିଲେ। ତେବେ ରାଜ୍ୟ ସରକାର ଏହି ବର୍ଦ୍ଧିତ ଛୁଟି ଆବେଦନକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ କହିଥିଲେ।
ସେତେବେଳେ ଆଇଏଏସ ସୁଜାତା ନିଜ ସାନ ଝିଅର ୧୦ମ ପରୀକ୍ଷା ନିମନ୍ତେ ୬ ମାସ ଛୁଟି ନେଇଥିଲେ ବୋଲି ରାଜ୍ୟ ସରକାର କହିଥିଲେ। ତେବେ ସୁଜାତା କାର୍ଯ୍ୟରେ ଯୋଗ ଦେବେ କି ନାହିଁ, ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ସେ ସବୁର ଅନ୍ତ ଘଟାଇ ସେ ଆଜି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଯୋଗ ଦେଇଛନ୍ତି। ଇତି ମଧ୍ୟରେ ରାଜ୍ୟ ସରକାର ଆଇଏଏସ ସ୍ଥରରେ ଅନେକ ଥର ଅଦଳବଦଳ କରିଥିବା ବେଳେ ଆଇଏଏସ ସୁଜାତା ପୂର୍ବ ପଦବୀରେ ରହିବେ କି ବିଭାଗ ପରିବର୍ତନ ହେବ ତାହା ଖୁବ ଶୀଘ୍ର ଜଣାପଡିବ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ