ଦାରିଙ୍ଗବାଡି, ୨୭/୪,(ସୁଶାନ୍ତ କୁମାର ସାହୁ) :
ବାଲିଗୁଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଆଜି ବାଲିଗୁଡା ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଡଃ ରୀନା ପ୍ରଧାନଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ! କଂଗ୍ରେସ ଦଳର ହଜାର ହଜାର ସମର୍ଥକ ଏକ ବିରାଟ ପଟୁଆରରେ ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦଙ୍କୁ ଆମ୍ବତୋଟା ଠାରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । ବାଲିଗୁଡା ବ୍ଲକ ସମେତ କ.ନୂଆଗାଁ, ତୁମୁଡିବନ୍ଧ ଓ କୋଟଗଡ ବ୍ଲକର ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ନାଚଗୀତ କରି ଉଭୟ ପ୍ରାର୍ଥୀଙ୍କୁ ଉତ୍ସାହିତ କରିଥିଲେ !

ଏହି ଶୋଭାଯାତ୍ରାରେ ଯୁବ କଂଗ୍ରେସର ଯୁବନେତା ଶୋଭାଯାତ୍ରାରେ ସାମିଲ ହୋଇ କଂଗ୍ରେସ ଜିନ୍ଦାବାଦ ନାରାରେ ବାଲିଗୁଡା ସହର କମ୍ପି ଉଠିଥିଲା ! ଏମିତି କି ମହିଳା ମାନେ ସେମାନଙ୍କ ପ୍ରିୟ ନେତା ଉପେନ୍ଦ୍ର ପ୍ରଧାନ ନାମାଙ୍କନ ଦାଖଲ କରୁଥିବା ନେଇ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା ! ଗ୍ରୀଷ୍ମର ପ୍ରକୋପକୁ ଖାତିର ନ କରି ଦଳୀୟ କର୍ମୀ ନାମାଙ୍କନ ଶୋଭାଯାତ୍ରାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ! ବାଲିଗୁଡା କଂଗ୍ରେସ ନିଜର ଗଡ଼ ରକ୍ଷା ଲାଗି ସମସ୍ତ ଦଳୀୟ ନେତା କର୍ମୀ ଚଳିତ ନିର୍ବାଚନରେ ଉପେନ୍ଦ୍ର ପ୍ରଧାନଙ୍କୁ ବିଜୟୀ କରିବା ନେଇ ଏକାଠି ହୋଇଥିବା ଜଣାଯାଇଛି ।

କଂଗ୍ରେସ ନିଜର ଆଭିମୁଖ୍ୟ ନେଇ ନିର୍ବାଚନ କିଭଳି ଜିତିବ ସେ ନେଇ ନିଜର ରଣନୀତି କରି ଭୋଟରଙ୍କ ପାଖକୁ ଯିବ ! ନିଶ୍ଚିତ ଭାବେ ଏଥର କଂଗ୍ରେସ ଦଳକୁ ଲୋକେ ବିପୁଳ ଭୋଟ ଦେଇ ବିଜୟୀ କରିବେ ବୋଲି ଉପେନ୍ଦ୍ର ପ୍ରଧାନ କହିଛନ୍ତି ! ଏହି ନାମାଙ୍କନ ଦାଖଲ ସମୟରେ କଂଗ୍ରେସର ଯୁବ ନେତା ମିଟୁ ଆଚାର୍ଯ୍ୟ, କନ୍ଧମାଳ ଜିଲ୍ଲା କଂଗ୍ରେସ ଉପସଭାପତି ଶୀତାରାମ ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ନଗର କଂଗ୍ରେସ ସଭାପତି ସପନେଶ୍ୱର ସାହୁ ଓ କୋଟଗଡ ବ୍ଲକ ଚେୟାରମ୍ୟାନ ପିଙ୍କି କଂହରଙ୍କ ସମେତ ୪ ବ୍ଲକର ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥଲେ !
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।