ଭୁବନେଶ୍ୱର ( ମୋ ଟିଭି ଓଡିଶା ) :
ଅକ୍ଟୋବର ମାସ ଓଡିଶା ଲାଗି ଯେମିତ ଏକ ମହାବିପତ୍ତି ର ମାସ l ପୁଣି ଓଡିଶା ପ୍ରତି ବଢିଲା ବାତ୍ୟା ଭୟ । ଓଡିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ମଧ୍ୟରେ ବଡ ଅପଡେଟ ଦେଲା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ।
୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରେ ବାତ୍ୟାର ରୂପ ନେବ ଅବପାତ । ଗତକାଲିଠାରୁ କେନ୍ଦ୍ରୀୟ-ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହା ଆସନ୍ତା ୨୪ ଘଣ୍ଚା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର-ଆଣ୍ଡାମାନ ସାଗରୀୟ କ୍ଷେତ୍ରରେ ଲଘୁଚାପରେ ପରିଣତ ହେବ ।
ପରେ ଏହା ଅକ୍ଟୋବର ୨୨ ତାରିଖ ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ୨୩ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ଆଜି ସକାଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ସଦ୍ୟତମ ଆକଳନ କରିଛି ।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଲାଟେଷ୍ଟ ଫୋରକାଷ୍ଟ ଅନୁସାରେ, 23 ତାରିଖ ସୁଦ୍ଧା ଏହି ଅବପାତ, ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୪ ତାରିଖରେ ଏହା ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବା ସମ୍ଭାବନା ଅଧିକ ରହିଛି । ତେବେ ଏହାର ତୀବ୍ରତା କେତେ ଓ ପ୍ରଭାବ କିପରି ରହିବ, ତାହା ଏବେଠାରୁ ପାଣିପାଗ ବିଭାଗ ସ୍ପଷ୍ଟ କରିନି । କ୍ରମଶଃ ଚିତ୍ର ସ୍ପଷ୍ଟ ହେବା ପରେ ବାତ୍ୟାର ପ୍ରଭାବ, ଗତିପଥ, ସମ୍ଭାବିତ ଲ୍ୟାଣ୍ଡଫଲ ପଏଣ୍ଟ ଆଦି ସମ୍ପର୍କରେ ତଥ୍ୟ ଜଣାପଡିବ ।
ତେବେ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ଏହି ବାତ୍ୟାର ସମ୍ଭାବ୍ୟ ଗତିପଥ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ରହିବ । ଫଳରେ ଓଡିଶା ପ୍ରତି ବାତ୍ୟା ଆଶଙ୍କା ବଢିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ସରକାର ମୁକାବିଲା ପ୍ରସ୍ତୁତି ଆରମ୍ଭ କରିବେ । ତେବେ ପୂର୍ବରୁ ଅକ୍ଟୋବର ମାସରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଥିବାର ଉଦାହରଣ ରହିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।