୨୧ଟି ପ୍ରଦର୍ଶନୀ ସ୍ଥଳି ବୁଲିବେ l
ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ୭୦ ଦେଶର ପ୍ରାୟ ୪୦୦୦ ପ୍ରବାସୀ ଏହି ସମ୍ମିଳନୀରେ ଯୋଗ ଦେବେ। ଏଥିପାଇଁ ସଜେଇ ହୋଇଛି ଭୁବନେଶ୍ବର। ଆଲୋକମାଳାରେ ଝଲସୁଛି। ସବୁ ପର୍ୟଟନସ୍ଥଳି ମଧ୍ୟ ସଜେଇ ହୋଇଛି।
ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ନେଇ ରାଜ୍ୟ ସରକାର ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିତ ପ୍ରେସମିଟ୍ କରାଯାଇଛି। କେତୋଟି ସେସନ ରହିବ, କଣ କାର୍ଯ୍ୟକ୍ରମ ରହିବ ସେନେଇ ସୂଚନା ଦେଇଛନ୍ତି। ୨୧ଟି ପ୍ରଦର୍ଶନୀ ସ୍ଥଳି ବୁଲାଇବା ଯୋଜନା କହିଲେ ମୁଖ୍ୟ ସଚିବ ମନୋଜ ଆହୁଜା। କଳା, ସଂସ୍କୃତି, ପର୍ଯ୍ୟଟନ କ୍ଷେତ୍ର ଆଦି ବିଷୟରେ ଅବଗତ କରିବୁ ।ଡବଲ ଡେକର ବସ୍ରେ ପ୍ରବାସୀଙ୍କୁ ବୁଲାଇବା ବ୍ୟବସ୍ଥା ରହିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ହେଉଥିବାରୁ ଅନେକ ଆଶା ରହିଛି ।
ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେମାନଙ୍କୁ ଲୋକକଳା ଓ ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯାଉଛି। ଦୁବାଇ, କତାର, ଓମାନ ଭଳି ଜାଗାରୁ ଆସିଥିବା ପ୍ରବାସୀମାନେ ହାତରେ ପଦ୍ମଫୁଲ ନେଇ ପହଞ୍ଚିଛନ୍ତି। ସେମାନେ ପ୍ରତିକ୍ରିୟା ଦେଇ କହିଛନ୍ତି ନିଜ ମାଟିରେ ପହଞ୍ଚି ଖୁସି ଲାଗୁଛି । ଏହା ସହ କଳାହାଣ୍ଡିର ଘୁମୁରା ଓ ଅନ୍ୟାନ୍ୟ ଲୋକ ବାଦ୍ୟର ତାଳେ ତାଳେ ଝୁମିଛନ୍ତି। ଆଜି ସନ୍ଧ୍ୟା ୭.୫୦ ମିନିଟରୁ ୮.୨୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ହସ୍ପିଟାଲ୍ ଛକ, ଏ.ଜି. ଛକ ଦେଇ ରାଜଭବନ ପର୍ଯ୍ୟନ୍ତ କୌଣସି ଯାନ ଯାତାୟାତ କରିବ ନାହିଁ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଆଇରନ୍ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ CBI ରେଡ୍।
ଖାକିରେ ଦାଗ, ରକ୍ଷକ ସାଜିଲା ଭକ୍ଷକ ।
ରାଜଧାନୀର ବିଚ୍ ରାସ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣା ।