February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପ୍ରବାସୀ ଭାରତୀୟଙ୍କୁ କଟକରେ ଭବ୍ୟ ସ୍ବାଗତ

ପ୍ରବାସୀ ଭାରତୀୟ ଦିବସ ଉତ୍ସବର ପ୍ରଥମ ଦିନରେ କଟକକୁ ୫୭ ଜଣ ପ୍ରବାସୀ ଭାରତୀୟମାନେ ବୁଲି ଆସିଥିଲେ । କଟକର ଅନେକ ସ୍ଥାନ ଯଥା ନେତାଜୀ ଜନ୍ମ ସଂଗ୍ରହାଳୟ, ସିଲଭର ସିଟି ବୋଟିଂ କ୍ଲବ, ଚଣ୍ଡୀ ମନ୍ଦିର, ନୌବାଣିଜ୍ୟ ସଂଗ୍ରହାଳୟ, ଧବଳେଶ୍ବର ମନ୍ଦିର ଭଳି ଅନେକ ସ୍ଥାନ ବୁଲିଛନ୍ତି । ଆମେରିକା, ଦୁବାଇ ଭଳି ଅନେକ ଦେଶରେ ରହୁଥିବା ଭାରତୀୟ ପ୍ରବାସୀମାନଙ୍କୁ କଟକ ବେଶ ପସନ୍ଦ ଆସିଥିଲା। ସେମାନେ ପ୍ରଥମେ ନେତାଜୀ ଜନ୍ମ ସଂଗ୍ରହାଳୟ ଯାଇଥିଲେ ଏବଂ ପରେ କଟକର ଅନେକ ସ୍ଥାନ ବୁଲିଥିଲେ । ପ୍ରବାସୀ ଭାରତୀୟଙ୍କୁ ସହଯୋଗ ଏବଂ ସ୍ୱାଗତ କରିବା ପାଇଁ ସହରରେ ବିଭିନ୍ନ ପ୍ରକାର ବନ୍ଦୋବସ୍ତ ହୋଇଛି । ବିଶେଷ କରି ସିଲଭର ସିଟି ବୋଟିଂ କ୍ଲବ ପରିସରରେ ବ୍ୟାପକ ବ୍ୟବସ୍ଥା ହୋଇଛି । ଗୋଟିଏ ସ୍ଥାନରେ କଟକ ଜିଲ୍ଲାର ସମସ୍ତ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଛି । ସେ ମାଣିଆ ବନ୍ଧର ପାଟ ଶାଢ଼ୀ ହେଉ ଅବା କଟକର ସୁକ୍ଷ୍ମ ତାରାକସି କାର୍ଯ୍ୟ, ବଡମ୍ବାର କାଠ ଓ ଡୋକ୍ରା ହେଉ ଅବା କଟକ ପ୍ରସିଦ୍ଧ ଦହିବରା । ସେସବୁକୁ ଏହି ସ୍ଥାନମାନଙ୍କରେ ପ୍ରଦର୍ଶିତ କରାଯାଇଛି । ଫଳରେ ଯେଉଁ ପ୍ରବାସୀ ଭାରତୀୟମାନେ ଆସୁଛନ୍ତି ସେମାନେ କଟକ ସମ୍ପର୍କରେ ଅନେକ ତଥ୍ୟ ଜାଣି ସହ ଭରପୁର ମଜା ନେଇପାରୁଛନ୍ତି।

ଦହିବରା ପାଇଁ କଟକ ବେଶ ପ୍ରସିଦ୍ଧି ହାସଲ କରିଛି । ପ୍ରବାସୀ ଭାରତୀୟମାନଙ୍କ ପାଇଁ ଦହିବରା ର ଏକ ସ୍ୱତନ୍ତ୍ର ଷ୍ଟଲ କରାଯାଇଛି । ପ୍ରବାସୀ ଭାରତୀୟମାନେ ଦହିବରା ଖାଇବାର ମଜା ମଧ୍ୟ ନେଇଛନ୍ତି । ଅନେକ ପ୍ରବାସୀ ଏହି ଦହିବରା ଖାଇବାକୁ ପସନ୍ଦ କରିଥିଲେ । ଷ୍ଟଲରେ ଲାଗିଥିଲା ଭିଡ଼ । କଟକ ମାଣିଆବନ୍ଧର ତନ୍ତ ବୁଣା ଶାଢ଼ୀ ମଧ୍ୟ ପ୍ରସିଦ୍ଧି ହାସଲ କରିଛି । ତନ୍ତରେ ପ୍ରସ୍ତୁତ ପାଟ ଶାଢ଼ୀ, ଡ୍ରେସ , କପଡାର ଅନେକ ଆଇଟମ ଏହି ଷ୍ଟଲରେ ସଜାଇ ରଖାଯାଇଛି ବ୍ୟବସାୟୀ ସୁରେନ୍ଦ୍ର ଦତ୍ତ । ବିଭିନ୍ନ ଡିଜାଇନର କଟନ ଶାଢ଼ୀକୁ ସେ ଏହି ଷ୍ଟଲରେ ରଖିଛନ୍ତି । ଏହି ଷ୍ଟଲରେ ମଧ୍ୟ ତନ୍ତରେ ସେ ଲୁଗା ବୁଣୁଥିଲେ, ଯାହାକୁ ପ୍ରବାସୀମାନେ ଦେଖି ଫଟୋ ଉଠାଇବା ସହ ଅନେକ ଶାଢ଼ୀ ମଧ୍ୟ କିଣି ନେଇଥିଲେ।

ତାରକସି କାର୍ଯ୍ୟ ପାଇଁ କଟକ ବେଶ ପ୍ରସିଦ୍ଧ । ଅଳଙ୍କାରରେ ତାରକସି କାମର ନିଖୁଣ କାରିଗରୀ ସମସ୍ତଙ୍କୁ ବେଶ ଆକର୍ଷିତ ହୋଇଥାଏ । କଟକ ଦଶହରାରେ ମେଢ଼ ଗୁଡିକରେ ଯେଉଁ ସବୁ ଚାନ୍ଦି କାମ ହୁଏ ତାହା କେବଳ କଟକ ତାରକସି କାରିଗରମାନଙ୍କ ଦ୍ୱାରା ହୋଇଥାଏ । ଯାହାକୁ ଦେଖିବାକୁ କେବଳ ଓଡିଶାର ଲୋକ କାହିଁକି ବରଂ ଦେଶର ଅନେକ ସ୍ଥାନରୁ ଦର୍ଶକଙ୍କ ସୁଅ ଛୁଟି ଥାଏ । ଏହି ସୁକ୍ଷ୍ମ କାରିଗରୀ କାମକୁ ପ୍ରଦର୍ଶନ କରିବାକୁ ଯାଇ ପ୍ରବାସୀ ଭାରତୀୟମାନଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟଲ ରଖାଯାଇଛି ।  ପ୍ରବାସୀ ଭାରତୀୟମାନେ ମଧ୍ୟ ଏହାକୁ ନେଇ ବେଶ ପ୍ରଶଂସା କରୁଛନ୍ତି ।”

ମୋ ଟିଭି ଓଡିଶା, କଟକ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।