MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଇଁ ଗୁରୁତ୍ଵପୂର୍ଣ୍ଣ ବୈଠକ।

ମୋ ଟିଭି ଓଡିଶା / କଳାହାଣ୍ଡି : ୦୫/୦୭


ଆସନ୍ତା ରଥଯାତ୍ରା ପରିପ୍ରେକ୍ଷୀରେ ଆଜି ଧର୍ମଗଡ ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଆଗାମୀ ରଥଯାତ୍ରା ଆୟୋଜନ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଗଠିତ ବିଭିନ୍ନ କମିଟିର ସଦସ୍ୟ ମାନେ ଯତ୍ନବାନ ହେବା ସହିତ ରଥ ଯାତ୍ରାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଉପ ଜିଲ୍ଲାପାଳ ଗୁରୁତ୍ଵ ପ୍ରଦାନ କରିଥିଲେ। ବୈଠକରେ ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ଥାନା ଅଧିକାରୀ ଦାମୋଦର ବିହାରୀ, ନଗରପାଳ ଅଶୋକ କୁମାର ମହାନ୍ତି, ସହ ଜିଲ୍ଲାପାଳ ମନ୍ମଥ ବେହେରା, ଏନ ଏ ସି ର ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଶ୍ରୀ ବ୍ରଜମୋହନ ପଞ୍ଚଦେବ ଶ୍ରୀ ରାଧାକୃଷ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଷି, ଟ୍ରଷ୍ଟର ବରିଷ୍ଠ ସଦସ୍ୟ ସୁରେଶ ଚନ୍ଦ୍ର ମୁଣ୍ଡ, ବିଦ୍ୟାଧର ସାହୁ, ହୃଷୀକେଶ ମିଶ୍ର, ଧରଣୀଧର ନାଏକ, ଆଇନଜୀବୀ ପ୍ରଦୀପ ଦାସ, ସୁମନ୍ତ ପଣ୍ଡା, ପୂର୍ବତନ ନଗରପାଳ ସୁଶ୍ରୀ ହୀରା ବାଗ, ସାମ୍ୱାଦିକ ବିରଞ୍ଚି ନାରାୟଣ ଜାଲ, ବୈଦ୍ୟନାଥ ବେହେରା, ଇଙ୍ଗିତ ପଣ୍ଡା, ହିମାଂଶୁ ପଣ୍ଡା, କୁମୁଦ ଚନ୍ଦ୍ର ସାହୁ, ଅଭୟ ବାଗ, ଜନ୍ମେଜୟ ନାଏକ ପ୍ରମୁଖ ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ରଥଯାତ୍ରା କମିଟିର ସଭପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଓ ସଂପାଦକ ସରୋଜ କୁମାର ସାହୁ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଅବଗତ କରିଥିଲେ। ରଥଯାତ୍ରାରେ ଜନ ସମାଗମ କୁ ଦୃଷ୍ଟିରେ ରଖି ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା, ବିଦ୍ୟୁତ୍ କାଟ୍ ଓ ସଂଯୋଗ, ରାସ୍ତାଘାଟ ମରାମତି, ସ୍ଵାସ୍ଥ୍ୟ ସେବା, ପାନୀୟ ଜଳ ବ୍ୟବସ୍ଥା ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା। ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ୍ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ, ଆସନ୍ତା ଜୁଲାଇ ୭ ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଓ ଶ୍ରୀ ଗୁଣ୍ଡିଚା ଯାତ୍ରା, ଜୁଲାଇ ୧୧ ରେ ହେରା ପଞ୍ଚମୀ ଏବଂ ଜୁଲାଇ ୧୫ ତାରିଖରେ ଶ୍ରୀ ଜୀଉଙ୍କ ର ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।