MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦାରିଙ୍ଗବାଡି ବିଇଓଙ୍କ ଅଫିସରେ ଲକ୍ଷ ଲକ୍ଷ ଟଙ୍କାର ପାଠ୍ୟପୁସ୍ତକ ବର୍ଷା ପାଣିରେ ନଷ୍ଟ ।

ଓଦା ହୋଇଥିବା ବହିକୁ ନେଲେ ଶିକ୍ଷକ । ଛାତରୁ ପାଣି ଗଳି ଛାତ୍ର ଛାତ୍ରୀଙ୍କ ଯୋଗାଣ ପାଇଁ ଆସିଥିବା ବହି ନଷ୍ଟ l


ମୋଟିଭି ଓଡ଼ିଶା/ଦାରିଙ୍ଗବାଡି:(ସୁଶାନ୍ତ କୁମାର ସାହୁ)


ସ୍କୁଲ ଖୋଲବା ପରେ ବିଦ୍ୟାଳୟକୁ ସର୍ବଶିକ୍ଷା ନାମରେ ଆସୁଥିବା ବହି ଦିଆ ନଯାଇ ରଖାଯାଇଥିଲା । ଜାଣତରେ ହେଉ ବା ଅଜାଣତରେ ଜାଣିଶୁଣିପାଣି ଗଳୁଥିବା ଘରେ ରଖି ବହି ନଷ୍ଟ କରୁଥିବା ନଜରକୁ ଆସିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୋଷ୍ଟି ଶିକ୍ଷା କାଯ୍ୟାଳୟରେ । ସ୍କୁଲ ଖୋଲିବା ପରେ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ବହି ଦେବାପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ଯୋଜନାକୁ ପିଲାଙ୍କ ପାଖରେ ନ ପହଞ୍ଚାଇ ଶହ ଶହ ବହି ଲକ୍ଷ ଲକ୍ଷ ଟଙ୍କାର ନଷ୍ଟ କରିଦିଆଯାଇଛି ।

ଗଦା ଗଦା ହୋଇ ପଡିରହିଛି ଏ ବର୍ଷର ବହି l କିଛି ଦାଇତ୍ୱ ହୀନ କର୍ମଚାରୀଙ୍କ ଏଭଳି କାଯ୍ୟ ଲାଗି କାଲିର ଭବିଷ୍ୟତଙ୍କ ପାଇଁ ଆସୁ ଥିବା ପାଠ୍ୟ ପୁସ୍ତକ ଛାତ୍ର ଛାତ୍ରୀଙ୍କ ନଦିଆ ଯାଇ , ବହି ଆସୁନାହିଁ କହି ବିଇଓ ଙ୍କ କାଯ୍ୟାଳୟରେ ରଖି ନଷ୍ଟ କରାଯାଉଛି l ସରକାରଙ୍କୁ ଦୋଷ ଢାଳିବାରେ ଓସ୍ତାଦ ଦାରିଙ୍ଗବାଡି ଶିକ୍ଷା ବିଭାଗ । ତେବେ କଣ କେଉଁଥି ପାଇଁ ପିଲାଙ୍କୁ ବହି ଦିଆ ନଯାଇ ଏତେ ପରିମାଣରେ ବହି ରଖା ଯାଇଥିଲା ବିଇଓ ହାଡିବନ୍ଧୁ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ପ୍ରତ୍ୟେକ ସିଆସି ମାନଙ୍କ ଦାଇତ୍ଵ ବହି ଆସିବା ପରେ ନିଜ ନିଜ କ୍ଲଥ ଷ୍ଟୋରରେ ବହି ଗୁଡିକ ନେଇ ରଖିବା କଥା କିନ୍ତୁ ସେମାନଙ୍କ ଅବହେଳା ପାଇଁ ବହି ସବୁ ଗଦା ହୋଇ ରହୁଛି ।

୨୦୧୯ ମସିହାରେ ଉଇ ଖାଇଥିବା ଫୋଟ

ଏଠି କଥା ଉଠୁଛି ଏଭଳି ଘଟଣା ପ୍ରଥମ ନୁହେଁ ଠିକ ୨୦୧୯ ମସିହାରେ ଦେଖିବାକୁ ମିଳିଥିଲା ବହି ରଖା ଯାଇଥିବା ଘରେ ଉଇ ଲାଗି ସମସ୍ତ ବହି ନଷ୍ଟ ହୋଇଯାଇଥିଲା ଖବର ପ୍ରସାରଣ ପରେ ରାତି ଅଧିଆ ବହି ଗୁଡାକ କୁଆଡେ ଗାଏବ ହୋଇଯାଇଥିଲା କଯ୍ୟାନୁଷ୍ଠାନ ଶୁନ l କାରଣ ସେତେବେଳ ସରକାର ଏବଂ ସରକାରିବାବୁଙ୍କ ସଲାସୁତୁରା ଯୋଗୁଁ ବହୁ ଛାତ୍ର ଛାତ୍ରୀ ବହି ପାଇବାରୁ ବଞ୍ଚିତ ହୋଇଥିଲେ । ହେଲେ ଏବେ ଯେଉଁଭଳି ବହି ସବୁ ଓଦା ହୋଇଛି ସେଇ ବହି ପିଲା କିପରି ପଢିବେ ତାହା ଏବେ ଅଭିଭାବକ ମୁଣ୍ଡରେ ଚିନ୍ତାର ବିଷୟ ହେବ ।
ଯେଉଁ ବହି ପାଣି ପଡ଼ି ନଷ୍ଟ ହୋଇଛି ତାହାର କ୍ଷତିପୂରଣ କିଏ ପୁରାଣ କରିବ ଏନେଇ ପ୍ରଶ୍ନବାଚି । ମାସକୁ ମାସ ଦରମା ସରକାର ଦେଉଛନ୍ତି । ହେଲେ ଏହାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନନେଇ ସରକାର କା ମାଲ ଦରିଆମେ ଡାଲ ଭଳି ଦାଇତ୍ୱ ରେ ଥିବା କର୍ମଚାରୀ କରୁଛନ୍ତି l

ବସିବାକୁ ଚେୟାର ନାହିଁ l ବହି ଗଦା ଉପରେ ବସିଛନ୍ତି ଶିକ୍ଷକ

ଏହି ଘଟଣାକୁ ବରିଷ୍ଠ ଆଇନ ଯିବି ଉମେଶ କର ନିନ୍ଦା କରବା ସହିତ କହିଛନ୍ତି । ସର୍ବ ଶିକ୍ଷା ଅଭିଯାନରେ ସରକାର ପିଲା ମାନଙ୍କୁ ପାଠ ପଢିବା ପାଇଁ ମାଗଣାରେ ଯୋଗାଇ ଦେଉଛନ୍ତି ।ମଧ୍ୟାନ ଭୋଜନ, ଡ୍ରେସ, ସାଇକେଲ, ପାଠ୍ୟ ପୁସ୍ତକ ହେଲେ ଏତେ ପରିମାଣରେ ବହି କାହିଁକି କିଏ ରଖିଥିବା କଥା କହିବା ସହିତ ଏହାର ତଦନ୍ତ କରି କଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଥିଲେ । ଆମେ କିଛି ଛାତ୍ର ଛାତ୍ରୀଙ୍କୁ ପଚାରି ଥିଲୁ ହେଲେ ଛାତ୍ର ଛାତ୍ରୀ କହିଥିଲେ କାହାକୁ ଗୋଟିଏ ମଧ୍ୟ ବହି ମିଳି ନାହିଁ, ବହିଆସିଲେ ଦିଆଯିବ ।ବାସ୍ତବରେ ବହି ଆସି ବହିରେ ପାଣି ପଡି ନଷ୍ଟ ହେବାକୁ ଲାଗିଲାନି। ଏଭଳି ଘଟଣାକୁ ଦାରିଙ୍ଗିବାଡି ଅଞ୍ଚଳରେ ନିନ୍ଦା କରିବା ସହିତ ଦାୟିତ୍ୱରେ ଥବା କର୍ମଚାରୀ  ଉପରେ ଦୃଢ଼କାଯ୍ୟ ନୁଷ୍ଠାନ ନେବା ପାଇଁ ଦାବିହଉଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।