February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କନ୍ଧମାଳ ରେ ପୁଣି ଦେଖିବାକୁ ମିଳିଲା ଜନନୀ ଯନ୍ତ୍ରଣା I

ଗାଁ କୁ ଯିବା ପାଇଁ ରାସ୍ତା ନଥିବାରୁ ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ ମହିଳା I


ମୋଟିଭି ଓଡ଼ିଶା,ଫୁଲବାଣୀ,୨୬/୭(ସୁଶାନ୍ତ କୁମାର ସାହୁ, ସୁଶାନ୍ତ ଦିଗାଲ):

କନ୍ଧମାଳ ଜିଲ୍ଲାରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା I ଏବେବି ଜିଲ୍ଲାର ଅନେକ ଗାଁ କୁ ରାସ୍ତା ନାହିଁ I ଯାହାପାଇଁ ଗାଁ କୁ ଯାଇପାରୁନି ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି I ରାସ୍ତା ନଥିବାରୁ ଖଟିଆ କିମ୍ବା ଦୋଳରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା I ବାରମ୍ବାର ଏଭଳି ଅଭଯୋଗ ହୋଇ ଆସିବା ସହ ଏଭଳି ଖବର ବିଭିନ୍ନ ଗଣମାଧ୍ୟମର ଶିରୋନାମା ମଧ୍ୟ୍ୟ ପାଲଟୁଛି ତଥାପି ଜିଲ୍ଲାରେ ଥମିବାର ନା ଧରୁନି ଏହି ଜନନୀ ଯନ୍ତ୍ରଣା I ଏହି ପରିପେକ୍ଷୀରେ ପୁଣି ଥରେ ଏଭଳି ଏକ ଜନନୀ ଯନ୍ତ୍ରଣା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି I ଗାଁ କୁ ରାସ୍ତା ନାଥୁବାରୁ ଯାଇପାରିଲାନି ଆମ୍ବୁଲାନ୍ସ I ଶେଷରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଆଶା କର୍ମୀ ଓ ଗ୍ରାମର ଅନ୍ୟକିଛି ଲୋକଙ୍କ ସହଯୋଗ ରେ ପ୍ରବଳ ବର୍ଷା ସତ୍ୱେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାୟ ଏକ କିଲୋମିଟର ଷ୍ଟ୍ରେଚର ରେ ବୁହା ହୋଇ ଆସିବା ପରେ ମେଡିକାଲରେ ପହଂଚି ପାରିଛନ୍ତି ଜଣେ ଗର୍ଭବତୀ ମହିଳା ଇ

ଘଟଣା ଟି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ର ସାଇତିଙ୍ଗିଆ ରୁଗୁଡ଼ିସାହି ଗାଁ ରେ I ସୂଚନା ଅନୁସାରେ ମୃତ୍ୟୁଞ୍ଜୟ କହଁର ନାମକ ଜଣେ ବ୍ୟକ୍ତି ଙ୍କ ସ୍ତ୍ରୀ କମଳିନୀ କହଁର ଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା I ପରିବାର ଲୋକେ ଗାଁ ର ଆଶା କର୍ମୀଙ୍କୁ ଯୋଗାଯୋଗ କରିଥିଲେ I ଆଶା କର୍ମୀ ସରିତା କହଁର 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ I ତତକ୍ଷଣାତ ଆମ୍ବୁଲାନ୍ସ ମଧ୍ୟ୍ୟ ଗାଁ ରେ ପହଞ୍ଚିଥିଲା I କିନ୍ତୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁ ରେ ଥିବା ସ୍କୁଲ ପର୍ଯ୍ୟନ୍ତ ଯାଇ ଆଉ ଆଗକୁ ଯାଇପାରିନଥିଲା I ଯାହାଫଳରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ବବତୀ ମହିଳାଙ୍କୁ ବାଧ୍ୟ ହୋଇ ଆମ୍ବୁଲାନ୍ସର ଷ୍ଟ୍ରେଚର ରେ ଆମ୍ବୁଲାନ୍ସ କର୍ମଚାରୀ ସୁନୀଲ କୁମାର ପଣ୍ଡା, ଡ୍ରାଇଭର ଉଛବ ବଗର୍ତି ଓ ଆଲୋକ ପ୍ରଧାନ ଗ୍ରାମବାସୀଙ୍କ ସହଯୋଗରେ ପ୍ରାୟ ଏକ କିଲୋମିଟର ବିଲମାଳରେ ପ୍ରବଳ ବର୍ଷାରେ ଭଜିଭିଜି ଆମ୍ବୁଲାନ୍ସ କୁ ଆଣିଥିଲେ ଓ ପରେ ମହିଳା ଜଣକୁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ I ଅନ୍ୟପଟେ ମହିଳା ଙ୍କୁ ମେଡିକାଲ ରେ ଭର୍ତି କରିବାର ଅଧଘଣ୍ଟା ପରେ ମହିଳା ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ବର୍ତମାନ ଉଭୟ ମା ଓ ନବଜାତ ଶିଶୁ ଙ୍କ ସ୍ୱାସ୍ଥ୍ୟ ଠିକ ଥିବା ସୂଚନା ମିଳିଛି I

ତେବେ ସୂଚନା ଅନୁସାରେ ଏହି ସାଇତିଙ୍ଗିଆ ରୁଗୁଡ଼ି ସାହି ଗାଁରେ ପ୍ରାୟ ଚାଳିସି ଟି ପରିବାର ବସବାସ କରିଆସୁଥିବା ବେଳେ ଏହି ଗାଁ କୁ କୌଣସି ରାସ୍ତା ନାହିଁ I ବର୍ଷାଦିନ ଆସିଲେ ଗ୍ରାମବାସୀ ମାନେ ବର୍ଷବର୍ଷ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କାରି ବ୍ଲକ ଓ ଜିଲ୍ଲାପାଳ ଙ୍କୁ ମଧ୍ୟ୍ୟ ବାରମ୍ବାର ଦାବି କରିଆସୁଛନ୍ତି କିନ୍ତୁ ପ୍ରଶାସନ ପକ୍ଷରୁ ଏହି ଗାଁ କୁ ରାସ୍ତା ନିର୍ମାଣ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ I ଯାହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ରାସ୍ତା ନିର୍ମାଣ ପାଇଁ ଦାବି କରାଯାଇଛି I ସେପଟେ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ପାଇଁ ଜଣେ ଆସନ୍ନ ପ୍ରଶାବା ନିଛିନ୍ତ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି I ଯାହାପାଇଁ ଏହି ରୁଗଡିସାହି ର ଗ୍ରାମବାସୀ ମାନେ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି I

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।