ଖୋର୍ଦ୍ଧା : ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଓଡିଆ ଶ୍ରମିକଙ୍କ ମୃତ୍ୟୁ ମୃତଦେହ କେରଳରୁ ଆସି ଗାଁରେ ପହଞ୍ଚିଲା।ଓଡିଆ ଶ୍ରମିକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଗ୍ରାମର ପାପୁନି କାଣ୍ଡି।ପାପୁନି କେରଳ କୁନୁର ଜିଲ୍ଲାରେ sky line କଂମ୍ପାନୀରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ।ଗତ ରବିବାର ରାତିରେ ପାପୁନିର କୈ।ଣସି କାରଣରୁ ମୃତ୍ୟୁ ଘଟିଥିଲା।ପାପୁନି ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୂ ତାଙ୍କ ଉପରେ ପରିବାର ଲୋକେ ନିର୍ଭର କରୁଥିଲେ ତାଙ୍କ ମୃତ୍ୟୁ ରେ ପରିବାର ଲୋକେ ଭାଗିଂ ପଡିଛନ୍ତି।

ପାପୁନିର ଶବ ନିଜ ଜନ୍ମମାଟି ରାମେଶ୍ୱର କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳ,ଶ୍ରମ କମିଶନର ଓ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଥିଲେ।ଆଜି ପାପୁନିର ମୃତଦେହ ନିଜ ଜନ୍ମମାଟି ରାମେଶ୍ୱର କୁ ଆସି ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।ଖୋର୍ଦ୍ଧା ବିଧାୟକଙ୍କ ଚେଷ୍ଟା ରେ ପାପୁନି ର ମୃତଦେହ କେରଳରୁ ଆସିଥିବା ରୁ ଗ୍ରାମର ଲୋକମାନେ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।