ମୋ ଟିଭି ଓଡିଶା / କଳାହାଣ୍ଡି : ୦୭/୦୭
ଆଜି ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ସହର ଠୁଁ ପୁରପଲ୍ଲୀ ଉତ୍ସଵ ମୁଖର ପରିବେଶ ଦେଖାଦେଇଛି।ବର୍ଷକ ପରେ ବଡ଼ଦାଣ୍ଡରେ ପ୍ରଭୁ କାଳିଆ ଠାକୁର ଓ ଭକ୍ତ ଙ୍କ ଭାବ ର ଦର୍ଶନ ମିଳିବ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଠାରେ ଏକ ନିଆଁରା ରଥଯାତ୍ରା ଦେଖିବାକୁ ମିଳିଛି।
ଲଡୁଗାଁ ର ଅଶୋକ କୁମାର ଅଗ୍ରୱାଲଙ୍କ ବାସ ଭବନରୁ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା ପରେ ପହଣ୍ଡି କରି କୁନି କୁନି ପିଲାମାନେ ସୁସଜ୍ଜିତ ରଥ ଉପରେ ବିରାଜମାନ କରିଥିଲେ। ପରେ କୁନି ପୁଅ ରାଜା ବେଶରେ ଛେରାପହଁରା କରିବା ପରେ ଜୟ ଜଗନ୍ନାଥ ଧ୍ୱନିରେ ସୁସଜ୍ଜିତ ରଥକୁ ଘଣ୍ଟ, ସଂକୀର୍ତ୍ତନ ଦଳ ମେଲ ରେ ଲଡୁଗାଁ ସହର ପରିକ୍ରମା କରି ମାଉସୀ ମା ଘର ପର୍ଯ୍ୟନ୍ତ ଟାଣି ନେଇଥିଲେ।
ଏହି ନିଆଁରା ରଥଯାତ୍ରା ରେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମେତ ଲଡୁଗାଁ ର ଗ୍ରାମବାସୀ ହର୍ଷ ଉଲ୍ଲାସର ସହ ସାମିଲ ହୋଇଥିଲେ ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ